📘

WithTeachers

Learning Together

© WithTeachers

Designed with for a better world.
Class 10 ବୀଜଗଣିତ
ସମ୍ଭାବ୍ୟତା Ex-4(b)

ସମ୍ଭାବ୍ୟତା Ex-4(b) – Book Q A Class 10 ବୀଜଗଣିତ

WithTeachers

ପ୍ରଶ୍ନ ୧: ନିମ୍ନଲିଖୂତ ଉକ୍ତି ମଧ୍ଯରୁ କେଉଁଟି ଠିକ୍ ଦର୍ଶାଅ ।

(i) ଘଟଣାଟି ϕ\phi ହେଲେ ଏହାର ସମ୍ଭାବ୍ୟତା ଶୂନ ।
ଉତ୍ତର: ଠିକ୍ । (ଏକ ଅସମ୍ଭବ ଘଟଣାର ସମ୍ଭାବ୍ୟତା ସର୍ବଦା 00 ଅଟେ)।

(ii) ଘଟଣା E=SE=S, ଯେଉଁଠାରେ S (Sample Space) ତେବେ .P(E) < 1

ଉତ୍ତର: ଭୁଲ୍ । (ଏକ ନିଶ୍ଚିତ ଘଟଣାର ସମ୍ଭାବ୍ୟତା P(S)=1P(S) = 1 ଅଟେ, ଏହା 11 ରୁ କମ୍ ନୁହେଁ)।

(iii) ଗୋଟିଏ ମୁଦ୍ରାକୁ ଥରେ ଟସ୍ କଲେ Sample Space ର ଉପାଦାନ ସଂଖ୍ୟା 4 ଅଟେ ।
ଉତ୍ତର: ଭୁଲ୍ । (ଥରେ ଟସ୍ କଲେ ଉପାଦାନ ସଂଖ୍ୟା ମାତ୍ର 22 (HH କିମ୍ବା TT) ଅଟେ)।

(iv) ‘Probability’ ଶବ୍ଦରୁ ଗୋଟିଏ ଅକ୍ଷର ‘i’ ବାଛିବାର ସମ୍ଭାବ୍ୟତା 211\frac{2}{11}
ଉତ୍ତର: ଠିକ୍ । (‘Probability’ ରେ ମୋଟ 1111 ଟି ଅକ୍ଷର ଅଛି ଏବଂ ‘i’ ଅକ୍ଷରଟି 22 ଥର ଆସିଛି, ତେଣୁ ସମ୍ଭାବ୍ୟତା 211\frac{2}{11})।

(v) E1E_1E2E_2 (E1,E2SE_1, E_2 \subset S) ପରସ୍ପର ବର୍ହିଭୁକ୍ତ ଘଟଣା ଦ୍ଵୟର ସମ୍ଭାବ୍ୟତା ର ଯୋଗଫଳ 1 ।
ଉତ୍ତର: ଭୁଲ୍ । (ପରସ୍ପର ବହିର୍ଭୁକ୍ତ ଘଟଣାର ସମ୍ଭାବ୍ୟତାର ଯୋଗଫଳ 11 ହେବା ବାଧ୍ୟତାମୂଳକ ନୁହେଁ। କେବଳ ପରିପୂରକ ଘଟଣା ହେଲେ ଯୋଗଫଳ 11 ହୁଏ)।

(vi) ଗୋଟିଏ ଲୁଡୁ ଗୋଟିକୁ ଏକ ସଙ୍ଗେ ଦୁଇ ଥର ଗଡ଼ାଇଲେ ଲବ୍ଧ ସାମ୍ପଲ ସ୍ପେସ୍‌ର ଉପାଦାନ ସଂଖ୍ୟା 36 ।
ଉତ୍ତର: ଠିକ୍ । (62=366^2 = 36 ଅଟେ)।

(vii) ଗୋଟିଏ ମୁଦ୍ରାକୁ 3 ଥର ଟସ୍ କଲେ ଲବ୍ଧ ସାମ୍ପଲ ସ୍ପେସ୍‌ରେ ବିଦ୍ୟମାନ ଉପାଦାନ ମାନଙ୍କ ସଂଖ୍ୟା 32=93^2=9
ଉତ୍ତର: ଭୁଲ୍ । (ସୂତ୍ର ଅନୁଯାୟୀ ଏହା 23=82^3 = 8 ହେବ)।

(viii) ‘Mathematics’ ଶବ୍ଦରୁ ଯଦୃଚ୍ଛା ଗୋଟିଏ “ଅକ୍ଷର” ବାଛିବାର Sample Space ଟି {m,a,t,h,e,i,c,s}\{m,a,t, h, e, i, c, s\}
ଉତ୍ତର: ଠିକ୍ । (ଏକ ସେଟ୍‌ରେ କୌଣସି ଉପାଦାନକୁ ଦୁଇଥର ଲେଖାଯାଏ ନାହିଁ, ତେଣୁ ଏହା ସମ୍ପୂର୍ଣ୍ଣ ଠିକ୍ ଅଟେ)।

(ix) ଗୋଟିଏ sample space ର E1E_1 ଏବଂ E2E_2 ଦ୍ଵୟ ବହିର୍ଭୁକ୍ତ ଘଟଣା ହେଲେ P(E1E2)=P(E1)+P(E2)P(E_1 \cup E_2) = P(E_1) + P(E_2)
ଉତ୍ତର: ଠିକ୍ । (ଏହା ବହିର୍ଭୁକ୍ତ ଘଟଣାର ମୁଖ୍ୟ ସୂତ୍ର ଅଟେ)।

(x) ଥରେ ମୁଦ୍ରାକୁ ଟସ କଲେ E1={H}E_1=\{H\} ଘଟଣାଟିର ପରିପୂରକ ଘଟଣା ଟି E2={H,T}E_2=\{H,T\}
ଉତ୍ତର: ଭୁଲ୍ । (ଏହାର ପରିପୂରକ ଘଟଣାଟି କେବଳ {T}\{T\} ହେବ)।

ପ୍ରଶ୍ନ ୨: ଏକ ପରୀକ୍ଷଣରେ E1,E2,E3E_1, E_2, E_3 ଏବଂ E4E_4 ଚାରିଗୋଟି ବହିର୍ଭୁକ୍ତ ଘଟଣା । ଏଠାରେ (E1E2E3E4)(E_1 \cup E_2 \cup E_3 \cup E_4) ନିଶ୍ଚିତ ରୂପେ ଘଟୁଥିବା ଘଟଣା । ଦତ୍ତ ଘଟଣାଗୁଡ଼ିକ ସମ ସମ୍ଭାବ୍ୟତା ବିଶିଷ୍ଟ ହେଲେ ପ୍ରତ୍ୟେକର ସମ୍ଭାବ୍ୟତା ନିରୂପଣ କର ।
ଉତ୍ତର: ଯେହେତୁ (E1E2E3E4)(E_1 \cup E_2 \cup E_3 \cup E_4) ଏକ ନିଶ୍ଚିତ ଘଟଣା,
ଏହାର ସମ୍ଭାବ୍ୟତା 11 ହେବ ।
ସମସ୍ତ ଘଟଣାଗୁଡ଼ିକ ପରସ୍ପର ବହିର୍ଭୁକ୍ତ ଓ ସମ-ସମ୍ଭାବ୍ୟତା ବିଶିଷ୍ଟ (Equally likely) ଥିବାରୁ:
P(E1)+P(E2)+P(E3)+P(E4)=1P(E_1) + P(E_2) + P(E_3) + P(E_4) = 1
4P(E)=1\Rightarrow 4 P(E) = 1
P(E)=14\Rightarrow P(E) = \frac{1}{4}
ତେଣୁ ପ୍ରତ୍ୟେକ ଘଟଣାର ସମ୍ଭାବ୍ୟତା 14\frac{1}{4} ହେବ।

ପ୍ରଶ୍ନ ୩: ଗୋଟିଏ ଲୁଡ଼ୁ ଗୋଟି ଥରେ ଗଡ଼ାଇ ଦିଆଗଲା । ତେବେ ନିମ୍ନଲିଖୂତ ଘଟଣାମାନଙ୍କ ସମ୍ଭାବ୍ୟତା ସ୍ଥିର କର ।
(i) ଫଳ 3\le 3
(ii) ଫଳ < 3
(iii) ଫଳ < 4
(iv) ଫଳ < 6
(v) ଫଳ 6\ge 6
(vi) ଫଳ > 6 **
ଉତ୍ତର:** ଗୋଟିଏ ଲୁଡୁ ଗୋଟିରେ ସାମ୍ପଲ୍ ସ୍ପେସ୍ S={1,2,3,4,5,6}S = \{1, 2, 3, 4, 5, 6\} (ମୋଟ 66) ।

(i) ଫଳ ≤ 3: ଏହାର ଅର୍ଥ ହେଲା ସଂଖ୍ୟାଟି 3 ସହ ସମାନ କିମ୍ବା ତା’ଠାରୁ ଛୋଟ ହୋଇଥିବ। ସେଗୁଡ଼ିକ ହେଲା 1, 2, ଏବଂ 3।

  • ଫଳ 3\le 3 ପାଇଁ ଅନୁକୂଳ ଫଳ {1,2,3}\{1, 2, 3\}
    \Rightarrow ସମ୍ଭାବ୍ୟତା =36== \frac{3}{6} = 12\frac{1}{2}

(ii) ଫଳ < 3: ଏଠାରେ କେବଳ 3 ରୁ ଛୋଟ ସଂଖ୍ୟା ଖୋଜିବାକୁ ହେବ (3 ମିଶିବ ନାହିଁ)। ସେଗୁଡ଼ିକ ହେଲା 1 ଏବଂ 2।

ଫଳ < 3 ପାଇଁ ଅନୁକୂଳ ଫଳ {1,2}\{1, 2\}
\Rightarrow ସମ୍ଭାବ୍ୟତା =26== \frac{2}{6} = 13\frac{1}{3}

(iii) ଫଳ < 4: ଏହାର ଅର୍ଥ 4 ରୁ ଛୋଟ। ସେଗୁଡ଼ିକ ହେଲା 1, 2, 3। ମୋଟ ମିଳିଲା 3ଟି ସଂଖ୍ୟା।
ଫଳ < 4 ପାଇଁ ଅନୁକୂଳ ଫଳ {1,2,3}\{1, 2, 3\}
\Rightarrow ସମ୍ଭାବ୍ୟତା =36== \frac{3}{6} = 12\frac{1}{2}

(iv) ଫଳ < 6 ପାଇଁ ଅନୁକୂଳ ଫଳ {1,2,3,4,5}\{1, 2, 3, 4, 5\}
\Rightarrow ସମ୍ଭାବ୍ୟତା == 56\frac{5}{6}

(v) ଫଳ 6\ge 6 ପାଇଁ ଅନୁକୂଳ ଫଳ {6}\{6\}
\Rightarrow ସମ୍ଭାବ୍ୟତା == 16\frac{1}{6}

(vi) ଫଳ > 6 ପାଇଁ ଅନୁକୂଳ ଫଳ କିଛି ନାହିଁ
\Rightarrow ସମ୍ଭାବ୍ୟତା == 00

ପ୍ରଶ୍ନ ୪: ‘SCHOOL’ ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର S ବାଛିବାର ସମ୍ଭାବ୍ୟତା ନିରୂପଣ କର ।
ଉତ୍ତର: ‘SCHOOL’ ରେ ଥିବା ମୋଟ ଅକ୍ଷର ସଂଖ୍ୟା =6= 6
ଏଥିରେ ‘S’ ଅକ୍ଷରଟି କେବଳ ଗୋଟିଏ ଥର ଅଛି ।
ତେଣୁ ସମ୍ଭାବ୍ୟତା == 16\frac{1}{6}

ପ୍ରଶ୍ନ ୫: ଗୋଟିଏ ଜାରରେ 5 ଗୋଟି ନାଲି, 6 ଗୋଟି ସବୁଜ ଏବଂ 4 ଗୋଟି ନୀଳ ମାର୍ବଲ ରହିଛି । ଜାରରୁ ଯଦୃଚ୍ଛା ଗୋଟିଏ ସବୁଜ ମାର୍ବଲ୍ ବାହାର କରିବାର ସମ୍ଭାବ୍ୟତା ସ୍ଥିର କର ।

ଉତ୍ତର: ମୋଟ ମାର୍ବଲ ସଂଖ୍ୟା =5+6+4=15= 5 + 6 + 4 = 15
ଜାରରେ ସବୁଜ ମାର୍ବଲ ସଂଖ୍ୟା =6= 6
ସବୁଜ ମାର୍ବଲ ବାହାର କରିବାର ସମ୍ଭାବ୍ୟତା
=615== \frac{6}{15} = 25\frac{2}{5}

ପ୍ରଶ୍ନ ୬: ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଗଲା । ଯଦି E ଘଟଣାଟି “ଫଳ ଏକ ଯୁଗ୍ମ ସଂଖ୍ୟା” କୁ ସୂଚାଏ ତେବେ E ଘଟଣାଟି ଘଟିବାର ସମ୍ଭାବ୍ୟତା ନିରୂପଣ କର ।

ଉତ୍ତର: ଲୁଡୁ ଗୋଟିରେ ମୋଟ ଫଳାଫଳ ସଂଖ୍ୟା =6= 6
ଯୁଗ୍ମ ସଂଖ୍ୟାଗୁଡ଼ିକ ହେଲା {2,4,6}\{2, 4, 6\} ଯାହାର ସଂଖ୍ୟା ୩ ଅଟେ ।
ତେଣୁ, E ଘଟଣାର ସମ୍ଭାବ୍ୟତା =36== \frac{3}{6} = 12\frac{1}{2}

ପ୍ରଶ୍ନ ୭: ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଇଲେ “ଫଳ ଏକ ଅଯୁଗ୍ମ ସଂଖ୍ୟା”କୁ ସୂଚାଉ ଥିବା ଘଟଣାଟି ଘଟିବାର ସମ୍ଭାବ୍ୟତା କେତେ ?
ଉତ୍ତର: ମୋଟ ସମ୍ଭାବ୍ୟ ଫଳାଫଳ =6= 6
ଅଯୁଗ୍ମ ସଂଖ୍ୟା ଗୁଡ଼ିକ ହେଲା {1,3,5}\{1, 3, 5\} ଯାହାର ସଂଖ୍ୟା ୩ ଅଟେ ।
ତେଣୁ ସମ୍ଭାବ୍ୟତା =36== \frac{3}{6} = 12\frac{1}{2}

ପ୍ରଶ୍ନ ୮: ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଗଲା । ଯଦି “ଫଳ 5\ge 5” କୁ ସୂଚାଉ ଥିବା ଘଟଣା E ହୁଏ, ତେବେ ଉକ୍ତ ଘଟଣାଟି ଘଟିବାର ସମ୍ଭାବ୍ୟତା କେତେ ?

ଉତ୍ତର: ମୋଟ ସମ୍ଭାବ୍ୟ ଫଳାଫଳ =6= 6
E ଘଟଣା ଅନୁଯାୟୀ "ଫଳ 5\ge 5" ପାଇଁ ଅନୁକୂଳ ଫଳାଫଳ ଗୁଡ଼ିକ ହେଲା {5,6}\{5, 6\} ଯାହାର ସଂଖ୍ୟା 2 ଅଟେ ।
ତେଣୁ ଘଟଣାଟିର ସମ୍ଭାବ୍ୟତା =26== \frac{2}{6} = 13\frac{1}{3}


WithTeachers.in

ପ୍ରଶ୍ନ 9: ଗୋଟିଏ ମୁଦ୍ରାକୁ 2 ଥର ଟସ୍ କରାଗଲେ ନିମ୍ନଲିଖୁତ ଘଟଣା ଗୁଡ଼ିକୁ ସ୍ଥିର କରି ସେମାନଙ୍କ ସମ୍ଭାବ୍ୟତା ନିରୂପଣ କର ।

(i) ଅତି କମରେ ଗୋଟିଏ H ;
(ii) ଫଳ ରେ କେବଳ T ରହିବା ;
(iii) ଫଳରେ ଅତି ବେଶିରେ ଗୋଟିଏ H ରହିବା ଓ
(iv) ଫଳରେ H ନ ରହିବା ।

ସମାଧାନ:

ଦୁଇଟି ମୁଦ୍ରା ଟସ୍ କଲେ ସାମ୍ପଲ୍ ସ୍ପେସ୍ S={HH,HT,TH,TT}S = \{HH, HT, TH, TT\} ଏବଂ S=4|S| = 4

(i) ଅତି କମ୍‌ରେ ଗୋଟିଏ H: ଅନୁକୂଳ ଫଳାଫଳ
E1={HH,HT,TH}E_1 = \{HH, HT, TH\}
ଏବଂ E1=3|E_1| = 3

ସମ୍ଭାବ୍ୟତା =34\frac{3}{4}

(ii) ଫଳରେ କେବଳ T ରହିବା: ଅନୁକୂଳ ଫଳାଫଳ
E2={TT}E_2 = \{TT\} ଏବଂ
E2=1|E_2| = 1

ସମ୍ଭାବ୍ୟତା = 14\frac{1}{4}

(iii) ଫଳରେ ଅତି ବେଶିରେ ଗୋଟିଏ H ରହିବା: (ଅର୍ଥାତ୍ 0 ଟି ବା 1 ଟି H) ଅନୁକୂଳ ଫଳାଫଳ E3={HT,TH,TT}E_3 = \{HT, TH, TT\} ଏବଂ E3=3|E_3| = 3

ସମ୍ଭାବ୍ୟତା = 34\frac{3}{4}

(iv) ଫଳରେ H ନ ରହିବା: ଏହାର ଅର୍ଥ କେବଳ T ରହିବା। ଅନୁକୂଳ ଫଳାଫଳ E4={TT}E_4 = \{TT\} ଏବଂ E4=1|E_4| = 1

ସମ୍ଭାବ୍ୟତା = 14\frac{1}{4}

ପ୍ରଶ୍ନ 10: ଗୋଟିଏ ମଦ୍ରାକୁ 3 ଥର ଟସ କରାଗଲା । ସାମ୍ପଲ ସ୍ପେସଟ ଲେଖ ଓ ନିମ୍ନଲିଖତ ଘଟଣା ମାନଙ୍କ ସମ୍ଭାବ୍ୟତା ନିରୂପଣ କର ।

(i) ଫଳରେ କେବଳ T ରହିବା

(ii) ଫଳରେ ଅତି କମ୍‌ରେ ଦୁଇଟି H ଥିବା

(iii) ଫଳରେ ଅତି ବେଶିରେ ଦୁଇଟି T ରହିବା

(iv) ଫଳରେ କେବଳ H କିମ୍ବା କେବଳ T ଥିବା ଓ

(v) କୌଣସି ଫଳରେ H ନ ଥିବା

ସମାଧାନ:

3 ଥର ଟସ୍ କଲେ ସାମ୍ପଲ୍ ସ୍ପେସ୍
S={HHH,HHT,HTH,HTT,THH,THT,TTH,TTT}S = \{HHH, HHT, HTH, HTT, THH, THT, TTH, TTT\} ଏବଂ S=8|S| = 8

  • (i) କେବଳ T ରହିବା: E1={TTT}E_1 = \{TTT\}

    \Rightarrow ସମ୍ଭାବ୍ୟତା = 18\frac{1}{8}

  • (ii) ଅତି କମ୍‌ରେ ଦୁଇଟି H ଥିବା: (ଅର୍ଥାତ୍ 2 ଟି କିମ୍ବା 3ଟି H)

    E2={HHT,HTH,THH,HHH}E_2 = \{HHT, HTH, THH, HHH\}

    \Rightarrow ସମ୍ଭାବ୍ୟତା = 48=12\frac{4}{8} = \frac{1}{2}

  • (iii) ଅତି ବେଶିରେ ଦୁଇଟି T ରହିବା: (ଅର୍ଥାତ୍ 0, 1, କିମ୍ବା 2 ଟି T) ଏଠାରେ କେବଳ TTTTTT କୁ ଛାଡି ବାକି ସବୁ ଆସିବ।

    E3={HHH,HHT,HTH,HTT,THH,THT,TTH}E_3 = \{HHH, HHT, HTH, HTT, THH, THT, TTH\}

    \Rightarrow ସମ୍ଭାବ୍ୟତା = 78\frac{7}{8}

  • (iv) କେବଳ H କିମ୍ବା କେବଳ T ଥିବା: E4={HHH,TTT}E_4 = \{HHH, TTT\}

    \Rightarrow ସମ୍ଭାବ୍ୟତା = 28=14\frac{2}{8} = \frac{1}{4}

  • (v) କୌଣସି ଫଳରେ H ନ ଥିବା: (ଅର୍ଥାତ୍ କେବଳ T) E5={TTT}E_5 = \{TTT\}

    \Rightarrow ସମ୍ଭାବ୍ୟତା = 18\frac{1}{8}

ପ୍ରଶ୍ନ 11: ଗୋଟିଏ ଲୁଡୁ ଗୋଟିକୁ ଦୁଇ ଥର ଗଡ଼ାଇ ଦିଆ ଯିବାରେ ନିମ୍ନଲିଖିତ ଫଳ ଲବ୍ଧ ହେବାର ସମ୍ଭାବ୍ୟତା ସ୍ଥିର କର ।

(i) ସଂଖ୍ୟା ଦୁଇଟି ର ଯୋଗଫଳ = 6

(ii) ସଂଖ୍ୟା ଦୁଇଟି ର ଯୋଗଫଳ = 4

(iii) ସଂଖ୍ୟା ଦୁଇଟି ରୁ ପ୍ରତ୍ୟେକଟି ଗୋଟିଏ ଗୋଟିଏ ବର୍ଗ ସଂଖ୍ୟା

(iv) ସଂଖ୍ୟା ଦୁଇଟି ର ଯୋଗଫଳ 10\ge 10

(v) ସଂଖ୍ୟା ଦୁଇଟି ର ଯୋଗଫଳ < 6 ଓ

(vi) ପ୍ରଥମ ସଂଖ୍ୟା ଟି ଅଯୁଗ୍ମ ଓ ଦ୍ବିତୀୟଟି 6

ସମାଧାନ:

ଲୁଡୁକୁ ଦୁଇ ଥର ଗଡ଼ାଇଲେ ମୋଟ ଫଳାଫଳ S=36|S| = 36

  • (i) ଯୋଗଫଳ = 6: ଅନୁକୂଳ ଫଳ E={15,24,33,42,51}E = \{15, 24, 33, 42, 51\}, ସଂଖ୍ୟା = 5

    ସମ୍ଭାବ୍ୟତା = 536\frac{5}{36}

  • (ii) ଯୋଗଫଳ = 4: ଅନୁକୂଳ ଫଳ E={13,22,31}E = \{13, 22, 31\},
    ସଂଖ୍ୟା = 3
    ସମ୍ଭାବ୍ୟତା = 336=112\frac{3}{36} = \frac{1}{12}

  • (iii) ଉଭୟ ଏକ ବର୍ଗ ସଂଖ୍ୟା: ଲୁଡୁରେ ବର୍ଗ ସଂଖ୍ୟା ହେଲା 1 ଏବଂ 4

    ତେଣୁ ଯୋଡିଗୁଡ଼ିକ ହେବ {11,14,41,44}\{11, 14, 41, 44\}, ସଂଖ୍ୟା = 4

    ସମ୍ଭାବ୍ୟତା = 436=19\frac{4}{36} = \frac{1}{9}

  • (iv) ଯୋଗଫଳ 10\ge 10: (ଅର୍ଥାତ୍ 10, 11, 12)

    ଅନୁକୂଳ ଫଳ = {46,55,64,56,65,66}\{46, 55, 64, 56, 65, 66\}, ସଂଖ୍ୟା = 6

    ସମ୍ଭାବ୍ୟତା = 636=16\frac{6}{36} = \frac{1}{6}

  • **(v) ଯୋଗଫଳ < 6 (ଅର୍ଥାତ୍ ଯୋଗଫଳ 2, 3, 4, 5)

    ଅନୁକୂଳ ଫଳ = {11,12,13,14,21,22,23,31,32,41}\{11, 12, 13, 14, 21, 22, 23, 31, 32, 41\}, ସଂଖ୍ୟା = 10

    ସମ୍ଭାବ୍ୟତା = 1036=518\frac{10}{36} = \frac{5}{18}

  • (vi) ପ୍ରଥମଟି ଅଯୁଗ୍ମ ଓ ଦ୍ବିତୀୟଟି 6: (ପ୍ରଥମ ଅଯୁଗ୍ମ = 1, 3, 5)

    ଯୋଡିଗୁଡ଼ିକ = {16,36,56}\{16, 36, 56\}, ସଂଖ୍ୟା = 3

    ସମ୍ଭାବ୍ୟତା = 336=112\frac{3}{36} = \frac{1}{12}

ପ୍ରଶ୍ନ 12: ଏକ ପରୀକ୍ଷଣରେ ପରସ୍ପର ବର୍ହିଭୁକ୍ତ ଦୁଇଟି ଘଟଣା E1E_1E2E_2 ଏପରିକି P(E1)=2P(E2)P(E_1) = 2P(E_2)P(E1)+P(E2)=0.9P(E_1) + P(E_2) = 0.9 । ତେବେ E1E2E_1 \cup E_2 ଘଟଣା ତଥା E1E_1 ଘଟଣାର ସମ୍ଭାବ୍ୟତା ନିରୂପଣ କର ।

ସମାଧାନ:

ଦତ୍ତ ଅଛି: P(E1)+P(E2)=0.9P(E_1) + P(E_2) = 0.9 ଏବଂ P(E1)=2P(E2)P(E_1) = 2P(E_2)

ମୂଲ୍ୟ ସ୍ଥାପନ କଲେ: 2P(E2)+P(E2)=0.93P(E2)=0.9P(E2)=0.32P(E_2) + P(E_2) = 0.9 \Rightarrow 3P(E_2) = 0.9 \Rightarrow P(E_2) = 0.3

ତେଣୁ, P(E1)=2×0.3=0.6P(E_1) = 2 \times 0.3 = 0.6

ଯେହେତୁ ଘଟଣା ଦ୍ୱୟ ପରସ୍ପର ବହିର୍ଭୁକ୍ତ (E1E2=ϕE_1 \cap E_2 = \phi), ସୂତ୍ର ଅନୁଯାୟୀ P(E1E2)=P(E1)+P(E2)P(E_1 \cup E_2) = P(E_1) + P(E_2)

ତେଣୁ P(E1E2)=0.9P(E_1 \cup E_2) = 0.9

ପ୍ରଶ୍ନ 13: ଯଦି E1E_1E2E_2 ଏପରି ଦୁଇଟି ଘଟଣା ଯେଉଁଠାରେ P(E1)=58P(E_1) = \frac{5}{8}, P(E2)=28P(E_2) = \frac{2}{8}P(E1E2)=18P(E_1 \cap E_2) = \frac{1}{8} ତେବେ ନିମ୍ନଲିଖୂତ ଗୁଡ଼ିକ ସ୍ଥିର କର ।

(i) P(E1E2)P(E_1 \cup E_2)

(ii) P(E1)P(E_1')

(iii) P(E2)P(E_2')

(iv) P(E1E2)P(E_1' \cup E_2')

ସମାଧାନ:

  • (i) P(E1E2)=P(E1)+P(E2)P(E1E2)P(E_1 \cup E_2) = P(E_1) + P(E_2) - P(E_1 \cap E_2)

    = 58+2818=68=34\frac{5}{8} + \frac{2}{8} - \frac{1}{8} = \frac{6}{8} = \mathbf{\frac{3}{4}}

  • (ii) $P(E_1’) = 1 - P(E_1)

    = 1 - 58=38\frac{5}{8} = \mathbf{\frac{3}{8}}

  • (iii) $P(E_2’) = 1 - P(E_2)

    = 1 - 28=68=34\frac{2}{8} = \frac{6}{8} = \mathbf{\frac{3}{4}}

  • (iv) P(E1E2)P(E_1' \cup E_2')
    = P((E1E2))=1P(E1E2)P((E_1 \cap E_2)') = 1 - P(E_1 \cap E_2)

    =118=78= 1 - \frac{1}{8} = \mathbf{\frac{7}{8}}

ପ୍ରଶ୍ନ 14: ‘MATHEMATICS’ ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର A କିମ୍ବା T ବାଛିବାର ସମ୍ଭାବ୍ୟତା ସ୍ଥିର କର ।

ସମାଧାନ:

‘MATHEMATICS’ ଶବ୍ଦରେ ମୋଟ ଅକ୍ଷର ସଂଖ୍ୟା = 11 ।

ଏଥିରେ ‘A’ ଅଛି 2 ଥର ଏବଂ ‘T’ ଅଛି 2 ଥର।
ମୋଟ ଅନୁକୂଳ ଅକ୍ଷର ସଂଖ୍ୟା = 2 + 2 = 4 ।

ସମ୍ଭାବ୍ୟତା = 411\frac{4}{11}

ପ୍ରଶ୍ନ 15: ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଇଲେ ‘ଫଳ 5 କିମ୍ବା ଏକ ଅଯୁଗ୍ମ ସଂଖ୍ୟା’ ଆସିବାର ସମ୍ଭାବ୍ୟତା ନିରୂପଣ କର ।

ସମାଧାନ:

ମୋଟ ଫଳାଫଳ S={1,2,3,4,5,6}S = \{1, 2, 3, 4, 5, 6\} ଏବଂ S=6|S| = 6

ଅଯୁଗ୍ମ ସଂଖ୍ୟା ଗୁଡ଼ିକ ହେଲା {1,3,5}\{1, 3, 5\}। ଏଥିରେ 5 ପୂର୍ବରୁ ଅନ୍ତର୍ଭୁକ୍ତ ଅଛି।

ତେଣୁ ‘5 କିମ୍ବା ଏକ ଅଯୁଗ୍ମ ସଂଖ୍ୟା’ ସେଟ୍ ହେବ E={1,3,5}E = \{1, 3, 5\}
ଏବଂ E=3|E| = 3

ସମ୍ଭାବ୍ୟତା = 36=12\frac{3}{6} = \mathbf{\frac{1}{2}}

ପ୍ରଶ୍ନ 16: ଗୋଟିଏ ଲୁଡୁ ଗୋଟିକୁ ଥରେ ଗଡ଼ାଇବାରୁ “ଫଳ ଅଯୁଗ୍ମ କିମ୍ବା ଫଳ >3> 3” ଘଟଣାଟିର ସମ୍ଭାବ୍ୟତା ନିରୂପଣ କର ।

ସମାଧାନ:

ମୋଟ ଫଳାଫଳ S={1,2,3,4,5,6}S = \{1, 2, 3, 4, 5, 6\} ଏବଂ S=6|S| = 6

ଘଟଣା E1E_1 (ଫଳ ଅଯୁଗ୍ମ) = {1,3,5}\{1, 3, 5\}

ଘଟଣା E2E_2 (ଫଳ >3> 3) = {4,5,6}\{4, 5, 6\}

"ଫଳ ଅଯୁଗ୍ମ କିମ୍ବା ଫଳ >3> 3" ଅର୍ଥାତ୍ E1E2={1,3,4,5,6}E_1 \cup E_2 = \{1, 3, 4, 5, 6\} ଯାହାର ଉପାଦାନ ସଂଖ୍ୟା E=5|E| = 5

ସମ୍ଭାବ୍ୟତା = 56\frac{5}{6}