📘

WithTeachers

Learning Together

© WithTeachers

Designed with for a better world.
Class 10 ବୀଜଗଣିତ
ସମାନ୍ତର ପ୍ରଗତି Ex-3(a)

ସମାନ୍ତର ପ୍ରଗତି Ex-3(a) – Book Q A Class 10 ବୀଜଗଣିତ

WithTeachers.in

📝 Question 1

ନିମ୍ନଲିଖତ ପ୍ରତ୍ୟେକ କ୍ଷେତ୍ରରେ ସମ୍ଭାବ୍ୟ ଉତ୍ତର ମଧ୍ଯରୁ ସଠିକ୍ ଉତ୍ତରଟି ବାଛ ।

❓ (i) 1, 2, 3, 4, … ଅନୁକ୍ରମରେ t8=t_{8}=

  • (a) 6

  • (b) 7

  • © 8

  • (d) 9

  • ✅ ଉତ୍ତର: © 8

  • 💡 ବ୍ୟାଖ୍ୟା: t1=1t_{1}=1, t2=2t_{2}=2, t3=3t_{3}=3, ତେଣୁ t8=8t_{8}=8 ।

❓ (ii) 2, 4, 6, 8, … ଅନୁକ୍ରମରେ t7=t_{7}=

  • (a) 12

  • (b) 14

  • © 16

  • (d) 18

  • ✅ ଉତ୍ତର: (b) 14

  • 💡 ବ୍ୟାଖ୍ୟା: t1=2×1t_{1}=2\times1, t2=2×2t_{2}=2\times2, t3=2×3t_{3}=2\times3,

  • ତେଣୁ t7=2×7=14t_{7}=2\times7=14 ।

❓ (iii) -5, -3, -1, 1, … ରେ t11=t_{11}=

  • (a) 13

  • (b) 15

  • © 17

  • (d) 19

  • ✅ ଉତ୍ତର: (b) 15

  • 💡 ବ୍ୟାଖ୍ୟା: t11=−5+(11−1)2=−5+20=15t_{11}=-5+(11-1)2=-5+20=15 ।

❓ (iv) 3, 6, 9, … ରେ ସାଧାରଣ ଅନ୍ତର d=d=

  • (a) 3

  • (b) 4

  • © 5

  • (d) 6

  • ✅ ଉତ୍ତର: (a) 3

  • 💡 ବ୍ୟାଖ୍ୟା: 6−3=9−6=36-3=9-6=3 ।

❓ (v) -4, -2, 0, 2, … A.P. ରେ ସାଧାରଣ ଅନ୍ତର d=d=

  • (a)-2

  • (b) -3

  • © 2

  • (d) 3

  • ✅ ଉତ୍ତର: © 2

  • 💡 ବ୍ୟାଖ୍ୟା: −2−(−4)=0−(−2)=2-2-(-4)=0-(-2)=2 ।

❓ (vi) 10.2, 10.4, 10.6, 10.8, … ରେ t5=t_{5}=

  • (a) 11.0

  • (b) 11.2

  • © 11.4

  • (d) 11.6

  • ✅ ଉତ୍ତର: (a) 11.0

  • 💡 ବ୍ୟାଖ୍ୟା: t5=10.2+(5−1)×0.2=10.2+0.8=11.0t_{5}=10.2+(5-1)\times0.2=10.2+0.8=11.0 ।

❓ (vii) 2.5, 2.9, 3.3, 3.7, … A.P. ରେ ସାଧାରଣ ଅନ୍ତର d=d=

  • (a) 1.5

  • (b) 1.4

  • © 0.5

  • (d) 0.4

  • ✅ ଉତ୍ତର: (d) 0.4

  • 💡 ବ୍ୟାଖ୍ୟା: 2.9−2.5=3.3−2.9=0.42.9-2.5=3.3-2.9=0.4 ।

❓ (viii) 3, x, 9, … A.P. ରେ x=x=

  • (a) 4

  • (b) 5

  • © 6

  • (d) 7

  • ✅ ଉତ୍ତର: © 6

  • 💡 ବ୍ୟାଖ୍ୟା: x=3+92=122=6x=\frac{3+9}{2}=\frac{12}{2}=6 ।

❓ (ix) 1.01, 1.51, 2.01, 2.51,… A.P. ରେ ସାଧାରଣ ଅନ୍ତର d=d=

  • (a) 1

  • (b) 0.5

  • © 1.5

  • (d) 1.05

  • ✅ ଉତ୍ତର: (b) 0.5

  • 💡 ବ୍ୟାଖ୍ୟା: 1.51−1.01=2.01−1.51=0.501.51-1.01=2.01-1.51=0.50 ।

❓ (x) 5, 0, -5, 10, … A.P. ରେ ସାଧାରଣ ଅନ୍ତର d=d=

  • (a)-5

  • (b) 5

  • ©-10

  • (d) 10

  • ✅ ଉତ୍ତର: (a)-5

  • 💡 ବ୍ୟାଖ୍ୟା: 0−5=−5−0=−50-5=-5-0=-5 ।

📝 Question 2

ନିମ୍ନଲିଖୂତ ଅନୁକ୍ରମ ମଧ୍ୟରୁ କେଉଁଗୁଡ଼ିକ A.P, ସେଗୁଡ଼ିକୁ ଚିହ୍ନଟ କର:

❓ (i) 1, 4, 7, 10, 15, 16, 19, 22
✅ ଉତ୍ତର: A.P. ନୁହେଁ ।
💡 ବ୍ୟାଖ୍ୟା: କାରଣ 4−1≠16−154-1\ne16-15, ଏଠାରେ ଯେକୌଣସି ପଦରୁ ତା’ର ପୂର୍ବ ପଦକୁ ବିୟୋଗ କଲେ ବିୟୋଗଫଳ ସମାନ ରହୁନାହିଁ।

❓ (ii) 1, 8, 15, 22, 29, 36, 43, 50
✅ ଉତ୍ତର: A.P. ଅଟେ ।
💡 ବ୍ୟାଖ୍ୟା: କାରଣ ଏଠାରେ ସାଧାରଣ ଅନ୍ତର (d)=7(d)=7 ଅଟେ।

❓ (iii) 1, 6, 11, 15, 22, 28, 34, 40
✅ ଉତ୍ତର: A.P. ନୁହେଁ ।
💡 ବ୍ୟାଖ୍ୟା: କାରଣ 6−1≠15−116-1\ne15-11, ଏଠାରେ dd ସମାନ ନୁହେଁ।

❓ (iv) 1, 4, 7, 9, 11, 14, 17, 20
✅ ଉତ୍ତର: A.P. ନୁହେଁ ।
💡 ବ୍ୟାଖ୍ୟା: କାରଣ 4−1≠11−94-1\ne11-9 ଏଠାରେ dd ସମାନ ନୁହେଁ।

❓ (v) -5, -3, -1, 0, 2, 4, 6, 8
✅ ଉତ୍ତର: A.P. ନୁହେଁ ।
💡 ବ୍ୟାଖ୍ୟା: କାରଣ −3−(−5)=2-3-(-5)=2 କିନ୍ତୁ 0−(−1)=10-(-1)=1, ଏଠାରେ dd ସମାନ ନୁହେଁ।

❓ (vi) a, a+da+d, a+2da+2d, a+3da+3d, a+4da+4d, a+5da+5d, a+6da+6d, a+7da+7d
✅ ଉତ୍ତର: A.P. ଅଟେ ।
💡 ବ୍ୟାଖ୍ୟା: ଅନୁକ୍ରମର t1=at_{1}=a ଏବଂ ସାଧାରଣ ଅନ୍ତର = dd।

❓ (vii) 0.6, 0.8, 1.0, 1.5, 1.7, 1.8, 1.9, 2.0
✅ ଉତ୍ତର: A.P. ନୁହେଁ ।
💡 ବ୍ୟାଖ୍ୟା: କାରଣ dd ସବୁ କ୍ଷେତ୍ରରେ ସମାନ ନୁହେଁ।

❓ (viii) -7,-4,-1, 2, 5, 8, 11, 14
✅ ଉତ୍ତର: A.P. ଅଟେ ।
💡 ବ୍ୟାଖ୍ୟା: କାରଣ d=−4−(−7)=−1−(−4)=2−(−1)=3d=-4-(-7)=-1-(-4)=2-(-1)=3।

📝 Question 3

ପ୍ରଶ୍ନ 2ରେ ଯେଉଁଗୁଡ଼ିକ A.P. ସେମାନଙ୍କ କ୍ଷେତ୍ରରେ ସାଧାରଣ ଅନ୍ତର (d) ନିରୂପଣ କର:

❓ (ii) 1, 8, 15, 22, 29, 36, 43, 50
✅ ଉତ୍ତର: ଏହି ଅନୁକ୍ରମର ସାଧାରଣ ଅନ୍ତର d=8−1=15−8=7d=8-1=15-8=7 ।

❓ (vi) a, a+da+d, a+2da+2d, a+3da+3d, a+4da+4d, a+5da+5d, a+6da+6d, a+7da+7d
✅ ଉତ୍ତର: ଏହି ଅନୁକ୍ରମର ସାଧାରଣ ଅନ୍ତର d=a+4d−(a+3d)=dd=a+4d-(a+3d)=d ।

❓ (viii) -7,-4,-1, 2, 5, 8, 11, 14
✅ ଉତ୍ତର: ଅନୁକ୍ରମଟିର ସାଧାରଣ ଅନ୍ତର d=−4−(−7)=3d=-4-(-7)=3 ।

📝 Question 4

ପ୍ରଥମ ପଦ a=5a = 5 ନେଇ A.P. ର ପ୍ରଥମ ଚାରିଗୋଟି ପଦ ଲେଖ ଯେପରିକି ସାଧାରଣ ଅନ୍ତର:

❓ (i) d=5d = 5

❓ (ii) d=4d = 4

❓ (iii) d=2d = 2

❓ (iv) d=−2d = -2

❓ (v) d=−3d = -3 ହେବ ।

❓ (i) d=5d=5
✅ ଉତ୍ତର: 5, 10, 15, 20
💡 ବ୍ୟାଖ୍ୟା: t1=5t_{1}=5, t2=5+5=10t_{2}=5+5=10, t3=10+5=15t_{3}=10+5=15, t4=15+5=20t_{4}=15+5=20 ।

❓ (ii) d=4d=4
✅ ଉତ୍ତର: 5, 9, 13, 17
💡 ବ୍ୟାଖ୍ୟା: t1=5t_{1}=5, t2=5+4=9t_{2}=5+4=9, t3=9+4=13t_{3}=9+4=13, t4=13+4=17t_{4}=13+4=17 ।

❓ (iii) d=2d=2
✅ ଉତ୍ତର: 5, 7, 9, 11
💡 ବ୍ୟାଖ୍ୟା: t1=5t_{1}=5, t2=5+2=7t_{2}=5+2=7, t3=7+2=9t_{3}=7+2=9, t4=9+2=11t_{4}=9+2=11 ।

❓ (iv) d=−2d=-2
✅ ଉତ୍ତର: 5, 3, 1, -1
💡 ବ୍ୟାଖ୍ୟା: t1=5t_{1}=5, t2=5+(−2)=3t_{2}=5+(-2)=3, t3=3+(−2)=1t_{3}=3+(-2)=1, t4=1+(−2)=−1t_{4}=1+(-2)=-1 ।

❓ (v) d=−3d=-3
✅ ଉତ୍ତର: 5, 2, -1, -4
💡 ବ୍ୟାଖ୍ୟା: t1=5t_{1}=5, t2=5+(−3)=2t_{2}=5+(-3)=2, t3=2+(−3)=−1t_{3}=2+(-3)=-1, t4=−1+(−3)=−4t_{4}=-1+(-3)=-4 ।

📝 Question 5

ଏକ A.P. ର n ତମ ପଦ tnt_{n} ନିମ୍ନରେ ପ୍ରଦତ୍ତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ t5t_{5}, t8t_{8} ଓ t10t_{10} କେତେ ନିରୂପଣ କର ।

❓ (i) tn=n+12t_{n}=\frac{n+1}{2}

✅ ଉତ୍ତର:

  • 💡 t5=5+12=62=3t_{5}=\frac{5+1}{2}=\frac{6}{2}=3

  • 💡 t8=8+12=92=4.5t_{8}=\frac{8+1}{2}=\frac{9}{2}=4.5

  • 💡 t10=10+12=112=5.5t_{10}=\frac{10+1}{2}=\frac{11}{2}=5.5

❓ (ii) tn=−10+2nt_{n}=-10+2n

✅ ଉତ୍ତର:

  • 💡 t5=−10+2(5)=−10+10=0t_{5}=-10+2(5)=-10+10=0

  • 💡 t8=−10+2(8)=−10+16=6t_{8}=-10+2(8)=-10+16=6

  • 💡 t10=−10+2(10)=−10+20=10t_{10}=-10+2(10)=-10+20=10

❓ (iii) tn=10n+5t_{n}=10n+5

✅ ଉତ୍ତର:

  • 💡 t5=10(5)+5=50+5=55t_{5}=10(5)+5=50+5=55

  • 💡 t8=10(8)+5=80+5=85t_{8}=10(8)+5=80+5=85

  • 💡 t10=10(10)+5=100+5=105t_{10}=10(10)+5=100+5=105

❓ (iv) tn=4n−6t_{n}=4n-6

✅ ଉତ୍ତର:

  • 💡 t5=4(5)−6=20−6=14t_{5}=4(5)-6=20-6=14

  • 💡 t8=4(8)−6=32−6=26t_{8}=4(8)-6=32-6=26

  • 💡 t10=4(10)−6=40−6=34t_{10}=4(10)-6=40-6=34


WithTeachers.in

📝 Question 6

ନିମ୍ନଲିଖୂତ A.P. ଗଠନ କର (କେବଳ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପଦ ତ୍ରୟ ଆବଶ୍ୟକ) ଯେଉଁଠାରେ :

❓ (i) ପ୍ରଥମ ପଦ a=4a=4, ସାଧାରଣ ଅନ୍ତର d=3d=3

✅ ଉତ୍ତର: 7, 10, 13

💡 ବ୍ୟାଖ୍ୟା: * t2=a+d=4+3=7t_{2}=a+d=4+3=7

  • t3=a+2d=4+2×3=10t_{3}=a+2d=4+2\times3=10

  • t4=a+3d=4+3×3=13t_{4}=a+3d=4+3\times3=13

❓ (ii) ପ୍ରଥମ ପଦ a=−8a=-8, ସାଧାରଣ ଅନ୍ତର d=−2d=-2

✅ ଉତ୍ତର: -10, -12, -14

💡 ବ୍ୟାଖ୍ୟା: * t2=a+d=−8+(−2)=−10t_{2}=a+d=-8+(-2)=-10

  • t3=a+2d=−8+2×(−2)=−12t_{3}=a+2d=-8+2\times(-2)=-12

  • t4=a+3d=−8+3(−2)=−14t_{4}=a+3d=-8+3(-2)=-14

❓ (iii) ପ୍ରଥମ ପଦ a=7a=7, ସାଧାରଣ ଅନ୍ତର d=−4d=-4

✅ ଉତ୍ତର: 3, -1, -5

💡 ବ୍ୟାଖ୍ୟା: * t2=a+d=7+(−4)=3t_{2}=a+d=7+(-4)=3

  • t3=a+2d=7+2(−4)=−1t_{3}=a+2d=7+2(-4)=-1

  • t4=a+3d=7+3(−4)=−5t_{4}=a+3d=7+3(-4)=-5

❓ (iv) ପ୍ରଥମ ପଦ a=10a=10, ସାଧାରଣ ଅନ୍ତର d=5d=5

✅ ଉତ୍ତର: 15, 20, 25

💡 ବ୍ୟାଖ୍ୟା: * t2=a+d=10+5=15t_{2}=a+d=10+5=15

  • t3=a+2d=10+2×5=20t_{3}=a+2d=10+2\times5=20

  • t4=a+3d=10+3×5=25t_{4}=a+3d=10+3\times5=25

❓ (v) ପ୍ରଥମ ପଦ a=12a=\frac{1}{2}, ସାଧାରଣ ଅନ୍ତର d=32d=\frac{3}{2}

✅ ଉତ୍ତର: 2, 72\frac{7}{2}, 5

💡 ବ୍ୟାଖ୍ୟା: * t2=a+d=12+32=42=2t_{2}=a+d=\frac{1}{2}+\frac{3}{2}=\frac{4}{2}=2

  • t3=a+2d=12+2×32=72t_{3}=a+2d=\frac{1}{2}+2\times\frac{3}{2}=\frac{7}{2}

  • t4=a+3d=12+3×32=102=5t_{4}=a+3d=\frac{1}{2}+3\times\frac{3}{2}=\frac{10}{2}=5

❓ (vi) ପ୍ରଥମ ପଦ a=12a=\frac{1}{2}, ସାଧାରଣ ଅନ୍ତର d=−1d=-1

✅ ଉତ୍ତର: −12-\frac{1}{2}, −32-\frac{3}{2}, −52-\frac{5}{2}

💡 ବ୍ୟାଖ୍ୟା: * t2=a+d=12−1=−12t_{2}=a+d=\frac{1}{2}-1=-\frac{1}{2}

  • t3=a+2d=12+2(−1)=−32t_{3}=a+2d=\frac{1}{2}+2(-1)=-\frac{3}{2}

  • t4=a+3d=12+3(−1)=−52t_{4}=a+3d=\frac{1}{2}+3(-1)=-\frac{5}{2}

📝 Question 7

ନିମ୍ନରେ ପ୍ରଦତ୍ତ ଉକ୍ତିଗୁଡ଼ିକ ଭୁଲ୍ ବା ଠିକ୍ ଲେଖ ।

❓ (a) 1, 2, 3, 4 ସମାନ୍ତର ପ୍ରଗତି ସୃଷ୍ଟି କରନ୍ତି ।
✅ ଉତ୍ତର: ଠିକ୍
💡 ବ୍ୟାଖ୍ୟା: କାରଣ ଏହି ଅନୁକ୍ରମର ସାଧାରଣ ଅନ୍ତର (d)=1(d)=1 ।

❓ (b) 1, 1, 1, -1, -1, ଅନୁକ୍ରମଟି ସମାନ୍ତର ପ୍ରଗତି ଅଟେ ।
✅ ଉତ୍ତର: ଭୁଲ୍
💡 ବ୍ୟାଖ୍ୟା: କାରଣ ଏହି ଅନୁକ୍ରମର dd ସମାନ ନୁହେଁ ।

❓ © 2, 1, - 1, - 2 ସଂଖ୍ୟା ଚାରିଗୋଟି ସମାନ୍ତର ପ୍ରଗତିରେ ବିଦ୍ୟମାନ ।
✅ ଉତ୍ତର: ଭୁଲ୍
💡 ବ୍ୟାଖ୍ୟା: କାରଣ 1−2=−1,−1−1=−21-2=-1, -1-1=-2 ଏଠାରେ dd ଅସମାନ ।

❓ (d) ଯେଉଁ ଅନୁକ୍ରମର tn=n−1t_{n}=n-1, ତାହା ଏକ A.P. ଅଟେ ।
✅ ଉତ୍ତର: ଠିକ୍
💡 ବ୍ୟାଖ୍ୟା: କାରଣ ଅନୁକ୍ରମର ସାଧାରଣ ପଦ tn=n−1t_{n}=n-1 ।

❓ (e) ଯେଉଁ ଅନୁକ୍ରମର Sn=n(n−1)2S_{n}=\frac{n(n-1)}{2} ତାହା A.P. ଅଟେ ।
✅ ଉତ୍ତର: ଠିକ୍

❓ (f) ଯଦି କୌଣସି ତ୍ରିଭୁଜର କୋଣ ତ୍ରୟର ପରିମାଣର ଅନୁପାତ 2 : 3 : 4 ହୁଏ, ତେବେ କୋଣତ୍ରୟର ପରିମାଣ ଗୋଟିଏ A.P. ଗଠନ କରିବେ ।
✅ ଉତ୍ତର: ଠିକ୍
💡 ବ୍ୟାଖ୍ୟା: କାରଣ କୋଣତ୍ରୟ 40°, 60°, 80° ଏହା A.P. ଅଟେ ।

❓ (g) ଗୋଟିଏ ସମକୋଣୀ ତ୍ରିଭୁଜର ବାହୁତ୍ରୟର ଦୈର୍ଘ୍ୟ ଗୋଟିଏ A.P.ରେ ରହିପାରିବେ ।
✅ ଉତ୍ତର: ଭୁଲ୍
💡 ବ୍ୟାଖ୍ୟା: କାରଣ 3, 4, 5 ଏବଂ 6, 8, 10 ଇତ୍ୟାଦି ସମକୋଣୀ ତ୍ରିଭୁଜର ବାହୁ; କିନ୍ତୁ ଯେକୌଣସି ସମକୋଣୀ ତ୍ରିଭୁଜ ପାଇଁ ଏହା ଠିକ୍ ନୁହେଁ ।

❓ (h) ଅଯୁଗ୍ମ ସଂଖ୍ୟାମାନେ A.P. ଗଠନ କରନ୍ତି ନାହିଁ ।
✅ ଉତ୍ତର: ଭୁଲ୍
💡 ବ୍ୟାଖ୍ୟା: କାରଣ 3, 5, 7, 9 ଆଦି A.P. ଗଠନ କରନ୍ତି ।

❓ (i) 5 ଦ୍ଵାରା ବିଭାଜ୍ୟ ସମସ୍ତ ଗଣନ ସଂଖ୍ୟା ଏକ A.P. ଅଟନ୍ତି ।
✅ ଉତ୍ତର: ଠିକ୍
💡 ବ୍ୟାଖ୍ୟା: କାରଣ 5, 10, 15, 20 ଆଦି A.P. ଅଟନ୍ତି ।

❓ (j) 5, x, 9 ସଂଖ୍ୟାତ୍ରୟ ସମାନ୍ତର ପ୍ରଗତିରେ ରହିଲେ x=6x=6 ।
✅ ଉତ୍ତର: ଭୁଲ୍
💡 ବ୍ୟାଖ୍ୟା: କାରଣ ଏଠାରେ ମଧ୍ୟକ x=9+52=142=7x=\frac{9+5}{2}=\frac{14}{2}=7 ହେବ ।


WithTeachers.in

Question 8

ପ୍ରଶ୍ନ (a): 1+2+3+.....1+2+3+..... ରେ S30S_{30} କେତେ ?

ସମାଧାନ:

ଏଠାରେ a=1a=1, d=3−2=1d=3-2=1, ଏବଂ n=30n=30 ।

Sn=n2{2a+(n−1)d}S_{n}=\frac{n}{2}\{2a+(n-1)d\} ସୂତ୍ର ଅନୁଯାୟୀ:

⇒S30=302{2(1)+(30−1)1}\Rightarrow S_{30}=\frac{30}{2}\{2(1)+(30-1)1\}

⇒S30=15(2+29)\Rightarrow S_{30}=15(2+29)

⇒S30=15×31\Rightarrow S_{30}=15\times31

⇒S30=465\Rightarrow S_{30}=465

ପ୍ରଶ୍ନ (b): 1+3+5+........1+3+5+........ ରେ S10S_{10} କେତେ ?

ସମାଧାନ:

ଏଠାରେ a=1a=1, d=3−1=2d=3-1=2, ଏବଂ n=10n=10 ।

⇒S10=102{2(1)+(10−1)2}\Rightarrow S_{10}=\frac{10}{2}\{2(1)+(10-1)2\}

⇒S10=5(2+18)\Rightarrow S_{10}=5(2+18)

⇒S10=5×20\Rightarrow S_{10}=5\times20

⇒S10=100\Rightarrow S_{10}=100

ପ୍ରଶ୍ନ ©: 2+4+6+.......2+4+6+....... ରେ S15S_{15} କେତେ ?

ସମାଧାନ:

ଏଠାରେ a=2a=2, d=4−2=2d=4-2=2, ଏବଂ n=15n=15 ।

⇒S15=152{2(2)+(15−1)2}\Rightarrow S_{15}=\frac{15}{2}\{2(2)+(15-1)2\}

⇒S15=152(4+28)\Rightarrow S_{15}=\frac{15}{2}(4+28)

⇒S15=15×16\Rightarrow S_{15}=15\times16

⇒S15=240\Rightarrow S_{15}=240

ପ୍ରଶ୍ନ (d): 1−2+3−4+.....1-2+3-4+..... ରେ S30S_{30} କେତେ ?

ସମାଧାନ:

ଦୁଇଟି ପଦକୁ ଗୋଟିଏ ପଦରେ ପରିଣତ କଲେ ଏହା ନିମ୍ନଲିଖିତ ଅନୁକ୍ରମ ହେବ:

⇒(1−2)+(3−4)+(5−6)+.........+(29−30)\Rightarrow (1-2)+(3-4)+(5-6)+.........+(29-30)

⇒(−1)+(−1)+(−1)+..........\Rightarrow (-1)+(-1)+(-1)+.......... (ମୋଟ 15 ଟି ପଦ)

⇒−1×15\Rightarrow -1\times15

⇒−15\Rightarrow -15

ପ୍ରଶ୍ନ (e): 1−2+3−4+.........1-2+3-4+......... ରେ S41S_{41} କେତେ ?

ସମାଧାନ:

ପଦସଂଖ୍ୟା 41 ହୋଇଥିବାରୁ, ଅନୁକ୍ରମଟିକୁ ନିମ୍ନମତେ ସଜାଇହେବ:

⇒(1−2)+(3−4)+........+(39−40)+41\Rightarrow (1-2)+(3-4)+........+(39-40)+41

⇒S20+41\Rightarrow S_{20}+41

⇒−20+41\Rightarrow -20+41

⇒21\Rightarrow 21

ପ୍ରଶ୍ନ (f): 1+1+2+2+3+3.........1+1+2+2+3+3......... ରେ S17S_{17} କେତେ ?

ସମାଧାନ:

ଏହାକୁ ଦୁଇଟି ଭିନ୍ନ ସମାନ୍ତର ଅନୁକ୍ରମରେ ଅଲଗା କଲେ:

⇒(1+2+3+......+9)+(1+2+3+......+8)\Rightarrow (1+2+3+......+9)+(1+2+3+......+8)

⇒9×102+8×92\Rightarrow \frac{9\times10}{2}+\frac{8\times9}{2}

⇒45+36\Rightarrow 45+36

⇒81\Rightarrow 81

ପ୍ରଶ୍ନ (g): 1+2+3+2+3+4+3+4+5.....1+2+3+2+3+4+3+4+5..... ରେ S39S_{39} କେତେ ?

ସମାଧାନ:

ତିନୋଟି ପଦକୁ ଗୋଟିଏ ପଦରେ ପରିଣତ କଲେ, 39 ଟି ପଦ ମୋଟ 393=13\frac{39}{3}=13 ଟି ପଦ ହେବ:

⇒(1+2+3)+(2+3+4)+(3+4+5)+.........\Rightarrow (1+2+3)+(2+3+4)+(3+4+5)+......... (13ଟି ପଦ ପର୍ଯ୍ୟନ୍ତ)

⇒6+9+12+........\Rightarrow 6+9+12+........ ରେ S13S_{13}

⇒S13=132{2(6)+(13−1)3}\Rightarrow S_{13} = \frac{13}{2}\{2(6)+(13-1)3\}

⇒S13=132{12+36}\Rightarrow S_{13} = \frac{13}{2}\{12+36\}

⇒S13=13×24\Rightarrow S_{13} = 13\times24

⇒S13=312\Rightarrow S_{13} = 312

ପ୍ରଶ୍ନ (h): −7−10−13−........-7-10-13-........ ରେ S21S_{21} କେତେ ?

ସମାଧାନ:

ଏଠାରେ a=−7a=-7, d=−10−(−7)=−3d=-10-(-7)=-3, ଏବଂ n=21n=21 ।

⇒S21=212{2(−7)+(21−1)(−3)}\Rightarrow S_{21}=\frac{21}{2}\{2(-7)+(21-1)(-3)\}

⇒S21=212{−14−60}\Rightarrow S_{21} = \frac{21}{2}\{-14-60\}

⇒S21=21×(−37)\Rightarrow S_{21} = 21\times(-37)

⇒S21=−777\Rightarrow S_{21} = -777

ପ୍ରଶ୍ନ (i): 10+6+2+........10+6+2+........ ରେ S15S_{15} କେତେ ?

ସମାଧାନ:

ଏଠାରେ a=10a=10, d=6−10=−4d=6-10=-4, ଏବଂ n=15n=15 ।

⇒S15=152{2(10)+(15−1)(−4)}\Rightarrow S_{15}=\frac{15}{2}\{2(10)+(15-1)(-4)\}

⇒S15=152{20+(−56)}\Rightarrow S_{15} = \frac{15}{2}\{20+(-56)\}

⇒S15=15×(−18)\Rightarrow S_{15} = 15\times(-18)

⇒S15=−270\Rightarrow S_{15} = -270

ପ୍ରଶ୍ନ (j): 20+9−2+........20+9-2+........ ରେ S25S_{25} କେତେ ?

ସମାଧାନ:

ଏଠାରେ a=20a=20, d=9−20=−11d=9-20=-11, ଏବଂ n=25n=25 ।

⇒S25=252{2(20)+(25−1)(−11)}\Rightarrow S_{25}=\frac{25}{2}\{2(20)+(25-1)(-11)\}

⇒S25=252{40−264}\Rightarrow S_{25} = \frac{25}{2}\{40-264\}

⇒S25=25×(−112)\Rightarrow S_{25} = 25\times(-112)

⇒S25=−2800\Rightarrow S_{25} = -2800

ପ୍ରଶ୍ନ (k): n+(n−1)+(n−2)+.........n+(n-1)+(n-2)+......... ରେ SnS_{n} କେତେ ?

ସମାଧାନ:

ଏଠାରେ a=na=n, d=(n−1)−n=−1d=(n-1)-n=-1, ଏବଂ n=nn=n ।

⇒Sn=n2{2n+(n−1)(−1)}\Rightarrow S_{n}=\frac{n}{2}\{2n+(n-1)(-1)\}

⇒Sn=n2(2n−n+1)\Rightarrow S_{n} = \frac{n}{2}(2n-n+1)

⇒Sn=n(n+1)2\Rightarrow S_{n} = \frac{n(n+1)}{2}

ପ୍ରଶ୍ନ (l): 5+413+323+.........5+4\frac{1}{3}+3\frac{2}{3}+......... ରେ S20S_{20} କେତେ ?

ସମାଧାନ:

ଏଠାରେ a=5a=5, d=413−5=133−5=−23d=4\frac{1}{3}-5=\frac{13}{3}-5=-\frac{2}{3}, ଏବଂ n=20n=20 ।

⇒S20=202{2(5)+(20−1)(−23)}\Rightarrow S_{20}=\frac{20}{2}\{2(5)+(20-1)(-\frac{2}{3})\}

⇒S20=10(10−383)\Rightarrow S_{20} = 10(10-\frac{38}{3})

⇒S20=10(−83)\Rightarrow S_{20} = 10(-\frac{8}{3})

⇒S20=−803\Rightarrow S_{20} = -\frac{80}{3}

⇒S20=−2623\Rightarrow S_{20} = -26\frac{2}{3}

Question 9

ପ୍ରଶ୍ନ (a): ଯଦି a=3a=3, d=4d=4, n=10n=10, ତେବେ SnS_{n} କେତେ ?

ସମାଧାନ:

⇒S10=102{2×3+(10−1)4}\Rightarrow S_{10}=\frac{10}{2}\{2\times3+(10-1)4\}

⇒S10=5{6+36}\Rightarrow S_{10}=5\{6+36\}

⇒S10=5×42\Rightarrow S_{10}=5\times42

⇒S10=210\Rightarrow S_{10}=210

ପ୍ରଶ୍ନ (b): ଯଦି a=−5a=-5, d=−3d=-3, ତେବେ S17S_{17} କେତେ ?

ସମାଧାନ:

⇒S17=172{2(−5)+(17−1)(−3)}\Rightarrow S_{17}=\frac{17}{2}\{2(-5)+(17-1)(-3)\}

⇒S17=172{−10−48}\Rightarrow S_{17}=\frac{17}{2}\{-10-48\}

⇒S17=172×(−58)\Rightarrow S_{17}=\frac{17}{2}\times(-58)

⇒S17=17×(−29)\Rightarrow S_{17}=17\times(-29)

⇒S17=−493\Rightarrow S_{17}=-493

ପ୍ରଶ୍ନ ©: ଯଦି tn=2n−1t_{n}=2n-1, ତେବେ ପ୍ରଥମ 5ଟି ପଦ ଲେଖ ।

ସମାଧାନ:

⇒t1=2(1)−1=1\Rightarrow t_{1}=2(1)-1=1

⇒t2=2(2)−1=3\Rightarrow t_{2}=2(2)-1=3

⇒t3=2(3)−1=5\Rightarrow t_{3}=2(3)-1=5

⇒t4=2(4)−1=7\Rightarrow t_{4}=2(4)-1=7

⇒t5=2(5)−1=9\Rightarrow t_{5}=2(5)-1=9

ଅତଏବ, ପ୍ରଥମ 5ଟି ପଦ ହେଉଛି: 1, 3, 5, 7, 9 ।

ପ୍ରଶ୍ନ (d): ଯଦି tn=3n+2t_{n}=3n+2, ତେବେ S61S_{61} ନିର୍ଣ୍ଣୟ କର ।

ସମାଧାନ:

ଏଠାରେ, t1=3(1)+2=5t_{1}=3(1)+2=5 ଏବଂ t2=3(2)+2=8t_{2}=3(2)+2=8 ।

ତେଣୁ a=5a=5 ଏବଂ d=8−5=3d=8-5=3, ଯେଉଁଠାରେ n=61n=61 ।

⇒S61=612{2×5+(61−1)3}\Rightarrow S_{61}=\frac{61}{2}\{2\times5+(61-1)3\}

⇒S61=612{10+180}\Rightarrow S_{61}=\frac{61}{2}\{10+180\}

⇒S61=61×95\Rightarrow S_{61}=61\times95

⇒S61=5795\Rightarrow S_{61}=5795

ପ୍ରଶ୍ନ (e): ଯଦି tn=3n−5t_{n}=3n-5, ତେବେ S50S_{50} ନିର୍ଣ୍ଣୟ କର ।

ସମାଧାନ:

ଏଠାରେ, t1=3(1)−5=−2t_{1}=3(1)-5=-2 ଏବଂ t2=3(2)−5=1t_{2}=3(2)-5=1 ।

ତେଣୁ a=−2a=-2 ଏବଂ d=1−(−2)=3d=1-(-2)=3, ଯେଉଁଠାରେ n=50n=50 ।

⇒S50=502{2(−2)+(50−1)3}\Rightarrow S_{50}=\frac{50}{2}\{2(-2)+(50-1)3\}

⇒S50=25(−4+147)\Rightarrow S_{50}=25(-4+147)

⇒S50=25×143\Rightarrow S_{50}=25\times143

⇒S50=3575\Rightarrow S_{50}=3575

ପ୍ରଶ୍ନ (f): ଯଦି tn=2−3nt_{n}=2-3n, ତେବେ SnS_{n} ନିର୍ଣ୍ଣୟ କର ।

ସମାଧାନ:

ଏଠାରେ, t1=2−3(1)=−1t_{1}=2-3(1)=-1 ଏବଂ t2=2−3(2)=−4t_{2}=2-3(2)=-4 ।

ତେଣୁ a=−1a=-1 ଏବଂ d=−4−(−1)=−3d=-4-(-1)=-3 ।

⇒Sn=n2{2(−1)+(n−1)(−3)}\Rightarrow S_{n}=\frac{n}{2}\{2(-1)+(n-1)(-3)\}

⇒Sn=n2(−2−3n+3)\Rightarrow S_{n}=\frac{n}{2}(-2-3n+3)

⇒Sn=n2(1−3n)\Rightarrow S_{n}=\frac{n}{2}(1-3n)

ପ୍ରଶ୍ନ (g): ଯଦି Sn=n2S_{n}=n^{2}, ତେବେ t15t_{15} କେତେ ?

ସମାଧାନ:

ସାଧାରଣ ସୂତ୍ର ଅନୁଯାୟୀ, tn=Sn−Sn−1t_{n}=S_{n}-S_{n-1} ।

⇒t15=S15−S14\Rightarrow t_{15}=S_{15}-S_{14}

⇒t15=152−142\Rightarrow t_{15}=15^{2}-14^{2}

⇒t15=225−196\Rightarrow t_{15}=225-196

⇒t15=29\Rightarrow t_{15}=29

ପ୍ରଶ୍ନ (h): ଏକ A.P. ରେ a=3a=3, d=4d=4, Sn=903S_{n}=903, ତେବେ nn କେତେ ?

ସମାଧାନ:

⇒n2{2(3)+(n−1)4}=903\Rightarrow \frac{n}{2}\{2(3)+(n-1)4\}=903

⇒n2{6+4n−4}=903\Rightarrow \frac{n}{2}\{6+4n-4\}=903

⇒n(2n+1)=903\Rightarrow n(2n+1)=903

⇒2n2+n−903=0\Rightarrow 2n^{2}+n-903=0

⇒(n−21)(2n+43)=0\Rightarrow (n-21)(2n+43)=0

ଯେହେତୁ ପଦ ସଂଖ୍ୟା ଋଣାତ୍ମକ ହୋଇପାରିବ ନାହିଁ,

⇒n=21\Rightarrow n=21

ପ୍ରଶ୍ନ (i): ଏକ A.P. ରେ d=2d=2, S15=285S_{15}=285, ତେବେ aa କେତେ ?

ସମାଧାନ:

⇒152{2a+(15−1)2}=285\Rightarrow \frac{15}{2}\{2a+(15-1)2\}=285

⇒152{2a+28}=285\Rightarrow \frac{15}{2}\{2a+28\}=285

⇒15(a+14)=285\Rightarrow 15(a+14)=285

⇒a+14=19\Rightarrow a+14=19

⇒a=19−14\Rightarrow a=19-14

⇒a=5\Rightarrow a=5

ପ୍ରଶ୍ନ (j): ଏକ A.P. ରେ t15=30t_{15}=30, t20=50t_{20}=50, ତେବେ S17S_{17} କେତେ ?

ସମାଧାନ:

⇒a+14d=30\Rightarrow a+14d=30 … (ସମୀକରଣ-୧)

⇒a+19d=50\Rightarrow a+19d=50 … (ସମୀକରଣ-୨)

ଦୁଇଟି ସମୀକରଣରୁ ବିୟୋଗ କଲେ:

⇒(a+14d)−(a+19d)=30−50\Rightarrow (a+14d) - (a+19d) = 30 - 50

⇒−5d=−20\Rightarrow -5d=-20

⇒d=4\Rightarrow d=4

dd ର ମୂଲ୍ୟ (ସମୀକରଣ-୧) ରେ ପ୍ରୟୋଗ କଲେ:

⇒a+14(4)=30\Rightarrow a+14(4)=30

⇒a+56=30\Rightarrow a+56=30

⇒a=−26\Rightarrow a=-26

ବର୍ତ୍ତମାନ S17S_{17} ନିର୍ଣ୍ଣୟ କରିବା:

⇒S17=172{2(−26)+(17−1)4}\Rightarrow S_{17}=\frac{17}{2}\{2(-26)+(17-1)4\}

⇒S17=172{−52+64}\Rightarrow S_{17}=\frac{17}{2}\{-52+64\}

⇒S17=172(12)\Rightarrow S_{17}=\frac{17}{2}(12)

⇒S17=17×6\Rightarrow S_{17}=17\times6

⇒S17=102\Rightarrow S_{17}=102


WithTeachers.in

Question 10

ପ୍ରଶ୍ନ (i): ‘ଓଲଟାଇ ମିଶାଇବା କୌଶଳରେ’ ଯୋଗଫଳ ନିର୍ଣ୍ଣୟ କର ।

(a) 1 ଠାରୁ 105 ପର୍ଯ୍ୟନ୍ତ ସମସ୍ତ ଗଣନ ସଂଖ୍ୟା ।

ସମାଧାନ:

1 ଠାରୁ 105 ପର୍ଯ୍ୟନ୍ତ ଗଣନ ସଂଖ୍ୟାମାନଙ୍କର ମୋଟ ସଂଖ୍ୟା = 105 ।

ମନେକର ଯୋଗଫଳ = SS ।

⇒S=1+2+3+........+103+104+105\Rightarrow S = 1+2+3+........+103+104+105

⇒S=105+104+103+........+3+2+1\Rightarrow S = 105+104+103+........+3+2+1 (ଓଲଟାଇ ଲେଖିବା ଦ୍ଵାରା)

ଦୁଇଟିକୁ ମିଶାଇଲେ:

⇒2S=106+106+106+........+106+106\Rightarrow 2S = 106+106+106+........+106+106 (ମୋଟ 105 ଥର)

⇒2S=105×106\Rightarrow 2S = 105\times106

⇒S=105×1062=105×53\Rightarrow S = \frac{105\times106}{2} = 105\times53

⇒S=5565\Rightarrow S = 5565

ଅତଏବ, 1 ଠାରୁ 105 ପର୍ଯ୍ୟନ୍ତ ଗଣନ ସଂଖ୍ୟାର ଯୋଗଫଳ ହେଉଛି 5565 ।

ପ୍ରଶ୍ନ (i): ‘ଓଲଟାଇ ମିଶାଇବା କୌଶଳରେ’ ଯୋଗଫଳ ନିର୍ଣ୍ଣୟ କର ।
(b) 25 ଠାରୁ 93 ପର୍ଯ୍ୟନ୍ତ ସମସ୍ତ ଗଣନ ସଂଖ୍ୟା ।

ସମାଧାନ:

25 ଠାରୁ 93 ପର୍ଯ୍ୟନ୍ତ ଗଣନ ସଂଖ୍ୟାମାନଙ୍କର ମୋଟ ସଂଖ୍ୟା =93−24=69= 93-24=69 ।

ମନେକର ଯୋଗଫଳ = SS ।

⇒S=25+26+27+........+91+92+93\Rightarrow S = 25+26+27+........+91+92+93

⇒S=93+92+91+........+27+26+25\Rightarrow S = 93+92+91+........+27+26+25 (ଓଲଟାଇ ଲେଖିବା ଦ୍ଵାରା)

ଦୁଇଟିକୁ ମିଶାଇଲେ:

⇒2S=118+118+118+........+118+118\Rightarrow 2S = 118+118+118+........+118+118 (ମୋଟ 69 ଥର)

⇒2S=69×118\Rightarrow 2S = 69\times118

⇒S=69×1182=69×59\Rightarrow S = \frac{69\times118}{2} = 69\times59

⇒S=4071\Rightarrow S = 4071

ଅତଏବ, 25 ଠାରୁ 93 ପର୍ଯ୍ୟନ୍ତ ଗଣନ ସଂଖ୍ୟାର ସମଷ୍ଟି ହେଉଛି 4071 ।

ପ୍ରଶ୍ନ (i): ‘ଓଲଟାଇ ମିଶାଇବା କୌଶଳରେ’ ଯୋଗଫଳ ନିର୍ଣ୍ଣୟ କର ।
© 111 ଠାରୁ 222 ପର୍ଯ୍ୟନ୍ତ ସମସ୍ତ ଗଣନ ସଂଖ୍ୟା ।

ସମାଧାନ:

111 ଠାରୁ 222 ପର୍ଯ୍ୟନ୍ତ ଗଣନ ସଂଖ୍ୟାମାନଙ୍କର ମୋଟ ସଂଖ୍ୟା =222−110=112= 222-110=112 ।

ମନେକର ଯୋଗଫଳ = SS ।

⇒S=111+112+113+........+220+221+222\Rightarrow S = 111+112+113+........+220+221+222

⇒S=222+221+220+........+113+112+111\Rightarrow S = 222+221+220+........+113+112+111 (ଓଲଟାଇ ଲେଖିବା ଦ୍ଵାରା)

ଦୁଇଟିକୁ ମିଶାଇଲେ:

⇒2S=333+333+333+........+333+333\Rightarrow 2S = 333+333+333+........+333+333 (ମୋଟ 112 ଥର)

⇒2S=112×333\Rightarrow 2S = 112\times333

⇒S=112×3332=56×333\Rightarrow S = \frac{112\times333}{2} = 56\times333

⇒S=18648\Rightarrow S = 18648

ଅତଏବ, 111 ଠାରୁ 222 ପର୍ଯ୍ୟନ୍ତ ଗଣନ ସଂଖ୍ୟାର ସମଷ୍ଟି ହେଉଛି 18648 ।

ପ୍ରଶ୍ନ (ii): 1,2,3,........1, 2, 3, ........ ଅନୁକ୍ରମର ଯୋଗଫଳ ନିର୍ଣ୍ଣୟ କର ।

(a) S20S_{20} ନିର୍ଣ୍ଣୟ କର ।

ସମାଧାନ:

ପ୍ରଥମ nn ସଂଖ୍ୟକ ଗଣନ ସଂଖ୍ୟାର ସମଷ୍ଟି ପାଇଁ ସୂତ୍ର Sn=n(n+1)2S_{n} = \frac{n(n+1)}{2} ।

⇒S20=20×212=10×21=210\Rightarrow S_{20} = \frac{20\times21}{2} = 10\times21 = 210

ପ୍ରଶ୍ନ (ii): 1,2,3,........1, 2, 3, ........ ଅନୁକ୍ରମର ଯୋଗଫଳ ନିର୍ଣ୍ଣୟ କର ।
(b) S50S_{50} ନିର୍ଣ୍ଣୟ କର ।

ସମାଧାନ:

⇒S50=50×512=25×51=1275\Rightarrow S_{50} = \frac{50\times51}{2} = 25\times51 = 1275

ପ୍ରଶ୍ନ (iii): 32 ଠାରୁ 85 ପର୍ଯ୍ୟନ୍ତ ସମସ୍ତ ଗଣନ ସଂଖ୍ୟାର ସମଷ୍ଟି ନିର୍ଣ୍ଣୟ କର ।

ସମାଧାନ:

ଏଠାରେ S=32+33+34+........+85S = 32+33+34+........+85 ।

ଏହା ଏକ ସମାନ୍ତର ପ୍ରଗତି (A.P.) ଯାହାର ପ୍ରଥମ ପଦ a=32a = 32, ସାଧାରଣ ଅନ୍ତର d=1d = 1, ଏବଂ ପଦ ସଂଖ୍ୟା n=85−31=54n = 85-31=54 ।

⇒Sn=n2{2a+(n−1)d}\Rightarrow S_{n} = \frac{n}{2}\{2a+(n-1)d\}

⇒S54=542{2×32+(54−1)×1}\Rightarrow S_{54} = \frac{54}{2}\{2\times32+(54-1)\times1\}

⇒S54=27{64+53}=27×117\Rightarrow S_{54} = 27\{64+53\} = 27\times117

⇒S54=3159\Rightarrow S_{54} = 3159

ପ୍ରଶ୍ନ (iv): 100 ଠାରୁ କ୍ଷୁଦ୍ରତର ସମସ୍ତ ଧନାତ୍ମକ ଯୁଗ୍ମ ସଂଖ୍ୟାର ସମଷ୍ଟି ନିର୍ଣ୍ଣୟ କର ।

ସମାଧାନ:

ଯୁଗ୍ମ ସଂଖ୍ୟାଗୁଡ଼ିକ ହେଲା: 2,4,6,8,........,982, 4, 6, 8, ........ , 98 ।

⇒S=2(1+2+3+4+........+49)\Rightarrow S = 2(1+2+3+4+........+49)

ବନ୍ଧନୀ ମଧ୍ୟରେ ଥିବା ସମଷ୍ଟିକୁ ସୂତ୍ରରେ ପକାଇଲେ:

⇒S=2×49×(49+1)2=49×50\Rightarrow S = 2\times\frac{49\times(49+1)}{2} = 49\times50

⇒S=2450\Rightarrow S = 2450

ଅତଏବ, 100 ଠାରୁ କ୍ଷୁଦ୍ରତର ସମସ୍ତ ଧନାତ୍ମକ ଯୁଗ୍ମ ସଂଖ୍ୟାର ସମଷ୍ଟି ହେଉଛି 2450 ।

ପ୍ରଶ୍ନ (v): 150 ଠାରୁ କ୍ଷୁଦ୍ରତର ସମସ୍ତ ଧନାତ୍ମକ ଅଯୁଗ୍ମ ସଂଖ୍ୟାର ସମଷ୍ଟି ନିର୍ଣ୍ଣୟ କର ।

ସମାଧାନ:

ଅଯୁଗ୍ମ ସଂଖ୍ୟାଗୁଡ଼ିକ ହେଲା: 1,3,5,7,........,1491, 3, 5, 7, ........ , 149 ।

ଏଠାରେ a=1,d=2a = 1, d = 2, ଏବଂ ଶେଷ ପଦ tn=149t_{n} = 149 ।

ପଦ ସଂଖ୍ୟା (nn) ନିର୍ଣ୍ଣୟ କରିବା:

⇒1+(n−1)2=149⇒(n−1)2=148⇒n−1=74⇒n=75\Rightarrow 1+(n-1)2 = 149 \Rightarrow (n-1)2 = 148 \Rightarrow n-1 = 74 \Rightarrow n = 75

ବର୍ତ୍ତମାନ ସମଷ୍ଟି (S75S_{75}) ନିର୍ଣ୍ଣୟ କରିବା:

⇒S75=752{2×1+(75−1)2}=752{2+148}=75×1502=75×75\Rightarrow S_{75} = \frac{75}{2}\{2\times1+(75-1)2\} = \frac{75}{2}\{2+148\} = \frac{75\times150}{2} = 75\times75

⇒S75=5625\Rightarrow S_{75} = 5625

ଅତଏବ, 150 ଠାରୁ କ୍ଷୁଦ୍ରତର ସମସ୍ତ ଧନାତ୍ମକ ଅଯୁଗ୍ମ ସଂଖ୍ୟାର ସମଷ୍ଟି ହେଉଛି 5625 ।


17. ଗୋଟିଏ A.P. ର 4th ପଦ 18 ଏବଂ 15th ପଦ ଓ 9th ପଦର ଅନ୍ତର 30 ହେଲେ, A.P. ଟି ନିର୍ଣ୍ଣୟ କର ।

📐 Step 1: ମନେକର ପ୍ରଥମ ପଦ aa ଏବଂ ସାଧାରଣ ଅନ୍ତର dd । Step 2: ପ୍ରଶ୍ନ ଅନୁଯାୟୀ, t15−t9=30t_{15} - t_9 = 30 ⇒(a+14d)−(a+8d)=30\Rightarrow (a + 14d) - (a + 8d) = 30 ⇒6d=30⇒d=5\Rightarrow 6d = 30 \Rightarrow d = 5 । Step 3: ଦତ୍ତ ଅଛି t4=18t_4 = 18 ⇒a+3d=18⇒a+3(5)=18⇒a+15=18⇒a=3\Rightarrow a + 3d = 18 \Rightarrow a + 3(5) = 18 \Rightarrow a + 15 = 18 \Rightarrow a = 3 । ଉତ୍ତର: A.P. ଟି ହେଉଛି 3, 8, 13, 18, ... । ✅

18. 10 ଏବଂ 250 ମଧ୍ୟରେ 4 ର କେତୋଟି ଗୁଣିତକ ଅଛି?

🔢 Step 1: 10 ପରେ 4 ର ପ୍ରଥମ ଗୁଣିତକ a=12a = 12 । Step 2: 250 ପୂର୍ବରୁ 4 ର ଶେଷ ଗୁଣିତକ l=248l = 248 । Step 3: ସାଧାରଣ ଅନ୍ତର d=4d = 4 । Step 4: tn=a+(n−1)dt_n = a + (n-1)d ସୂତ୍ର ପ୍ରୟୋଗ କଲେ: 248=12+(n−1)4⇒236=4(n−1)⇒n−1=59⇒n=60248 = 12 + (n-1)4 \Rightarrow 236 = 4(n-1) \Rightarrow n-1 = 59 \Rightarrow n = 60 । ଉତ୍ତର: 60 ଟି ଗୁଣିତକ ଅଛି । ✅

19. କେଉଁ n ମୂଲ୍ୟ ପାଇଁ ଦୁଇଟି A.P. 63, 65, 67, ... ଏବଂ 3, 10, 17, ... ର n-ତମ ପଦ ସମାନ ହେବ?

📏 Step 1: ପ୍ରଥମ A.P. ପାଇଁ a=63,d=2a=63, d=2 । tn=63+(n−1)2=61+2nt_n = 63 + (n-1)2 = 61 + 2n । Step 2: ଦ୍ୱିତୀୟ A.P. ପାଇଁ a=3,d=7a=3, d=7 । tn=3+(n−1)7=7n−4t_n = 3 + (n-1)7 = 7n - 4 । Step 3: ପ୍ରଶ୍ନ ଅନୁଯାୟୀ 61+2n=7n−4⇒65=5n⇒n=1361 + 2n = 7n - 4 \Rightarrow 65 = 5n \Rightarrow n = 13 । ଉତ୍ତର: 13-ତମ ପଦ ସମାନ ହେବ । ✅

20. ଗୋଟିଏ A.P. ର 3rd ପଦ 16 ଏବଂ 7th ପଦଟି 5th ପଦ ଅପେକ୍ଷା 12 ଅଧିକ ହେଲେ A.P. ଟି ଲେଖ ।

🖊️ Step 1: t7−t5=12⇒(a+6d)−(a+4d)=12⇒2d=12⇒d=6t_7 - t_5 = 12 \Rightarrow (a+6d) - (a+4d) = 12 \Rightarrow 2d = 12 \Rightarrow d = 6 । Step 2: t3=16⇒a+2d=16⇒a+12=16⇒a=4t_3 = 16 \Rightarrow a + 2d = 16 \Rightarrow a + 12 = 16 \Rightarrow a = 4 । ଉତ୍ତର: A.P. ଟି ହେଉଛି 4, 10, 16, 22, ... । ✅

21. 3, 8, 13, ..., 253 A.P. ର ଶେଷ ପଦରୁ 20-ତମ ପଦ ନିର୍ଣ୍ଣୟ କର ।

📐 Step 1: ଶେଷ ପଦରୁ n-ତମ ପଦ ସୂତ୍ର: l−(n−1)dl - (n-1)d । Step 2: ଏଠାରେ l=253,d=5,n=20l = 253, d = 5, n = 20 । Step 3: 253−(20−1)5=253−19×5=253−95=158253 - (20-1)5 = 253 - 19 \times 5 = 253 - 95 = 158 । ଉତ୍ତର: 158 । ✅

22. ଗୋଟିଏ A.P. ର 4th ଏବଂ 8th ପଦର ସମଷ୍ଟି 24 ଏବଂ 6th ଓ 10th ପଦର ସମଷ୍ଟି 44 ହେଲେ ପ୍ରଥମ ତିନୋଟି ପଦ ଲେଖ ।

📝 Step 1: t4+t8=24⇒(a+3d)+(a+7d)=24⇒2a+10d=24⇒a+5d=12t_4 + t_8 = 24 \Rightarrow (a+3d) + (a+7d) = 24 \Rightarrow 2a + 10d = 24 \Rightarrow a + 5d = 12 (ସମୀକରଣ 1) । Step 2: t6+t10=44⇒2a+14d=44⇒a+7d=22t_6 + t_{10} = 44 \Rightarrow 2a + 14d = 44 \Rightarrow a + 7d = 22 (ସମୀକରଣ 2) । Step 3: ସମୀକରଣ 2 ରୁ 1 କୁ ବିୟୋଗ କଲେ, 2d=10⇒d=52d = 10 \Rightarrow d = 5 । Step 4: a+5(5)=12⇒a=12−25=−13a + 5(5) = 12 \Rightarrow a = 12 - 25 = -13 । ଉତ୍ତର: -13, -8, -3 । ✅

23. 0 ଏବଂ 50 ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି ନିର୍ଣ୍ଣୟ କର ।

🔢 Step 1: ଅନୁକ୍ରମଟି ହେଲା 1, 3, 5, ..., 49 । ଏଠାରେ a=1,d=2,l=49a=1, d=2, l=49 । Step 2: 49=1+(n−1)2⇒48=2(n−1)⇒n=2549 = 1 + (n-1)2 \Rightarrow 48 = 2(n-1) \Rightarrow n = 25 । Step 3: S25=n2=252=625S_{25} = n^2 = 25^2 = 625 । ଉତ୍ତର: 625 । ✅

24. ଗୋଟିଏ A.P. ର ପ୍ରଥମ ପଦ 5, ଶେଷ ପଦ 45 ଏବଂ ସମଷ୍ଟି 400 ହେଲେ ପଦ ସଂଖ୍ୟା (n) ନିର୍ଣ୍ଣୟ କର ।

📏 Step 1: Sn=n2(a+l)S_n = \frac{n}{2}(a+l) । Step 2: 400=n2(5+45)⇒400=n2(50)⇒400=25n⇒n=16400 = \frac{n}{2}(5+45) \Rightarrow 400 = \frac{n}{2}(50) \Rightarrow 400 = 25n \Rightarrow n = 16 । ଉତ୍ତର: 16 । ✅

25. 7 ଦ୍ୱାରା ବିଭାଜ୍ୟ ପ୍ରଥମ 40 ଟି ଧନାତ୍ମକ ପୂର୍ଣ୍ଣସଂଖ୍ୟାର ସମଷ୍ଟି କେତେ?

💡 Step 1: a=7,d=7,n=40a=7, d=7, n=40 । Step 2: S40=402[2(7)+(40−1)7]=20[14+39×7]=20[14+273]=20×287=5740S_{40} = \frac{40}{2}[2(7) + (40-1)7] = 20[14 + 39 \times 7] = 20[14 + 273] = 20 \times 287 = 5740 । ଉତ୍ତର: 5740 । ✅

26. 8 ର ପ୍ରଥମ 15 ଟି ଗୁଣିତକର ସମଷ୍ଟି ନିର୍ଣ୍ଣୟ କର ।

🔢 Step 1: a=8,d=8,n=15a=8, d=8, n=15 । Step 2: S15=152[2(8)+(15−1)8]=152[16+14×8]=152[16+112]=152×128=15×64=960S_{15} = \frac{15}{2}[2(8) + (15-1)8] = \frac{15}{2}[16 + 14 \times 8] = \frac{15}{2}[16 + 112] = \frac{15}{2} \times 128 = 15 \times 64 = 960 । ଉତ୍ତର: 960 । ✅

27. ଯଦି ଗୋଟିଏ A.P. ର Sn=4n−n2S_n = 4n - n^2 ହୁଏ, ତେବେ ଏହାର 10-ତମ ପଦ କେତେ?

🖊️ Step 1: tn=Sn−Sn−1t_n = S_n - S_{n-1} । Step 2: t10=S10−S9t_{10} = S_{10} - S_9 । Step 3: S10=4(10)−102=40−100=−60S_{10} = 4(10) - 10^2 = 40 - 100 = -60 । Step 4: S9=4(9)−92=36−81=−45S_9 = 4(9) - 9^2 = 36 - 81 = -45 । Step 5: t10=−60−(−45)=−15t_{10} = -60 - (-45) = -15 । ଉତ୍ତର: -15 । ✅

28. ଗୋଟିଏ A.P. ର 3rd ପଦ 5 ଏବଂ 7th ପଦ 9 ହେଲେ, ପ୍ରଥମ 17 ଟି ପଦର ସମଷ୍ଟି କେତେ?

📐 Step 1: a+2d=5a+2d=5 ଏବଂ a+6d=9a+6d=9 । ବିୟୋଗ କଲେ 4d=4⇒d=14d=4 \Rightarrow d=1 ଏବଂ a=3a=3 । Step 2: S17=172[2(3)+(17−1)1]=172[6+16]=172×22=17×11=187S_{17} = \frac{17}{2}[2(3) + (17-1)1] = \frac{17}{2}[6 + 16] = \frac{17}{2} \times 22 = 17 \times 11 = 187 । ଉତ୍ତର: 187 । ✅


WithTeachers.in

Question 11

ପ୍ରଶ୍ନ: ଯେଉଁ ସମାନ୍ତର ଅନୁକ୍ରମର ପ୍ରଥମ ପଦ 17 ଓ ସାଧାରଣ ଅନ୍ତର -2 ତାହାର କେତୋଟି ପଦର ସମଷ୍ଟି 72 ହେବ ? ଏହାର ଦୁଇଟି ଉତ୍ତର ମିଳିବାର କାରଣ ଲେଖ ।

ସମାଧାନ:

⇒\Rightarrow ଏକ ଅନୁକ୍ରମର ପ୍ରଥମ ପଦ a=17a=17

⇒\Rightarrow ସାଧାରଣ ଅନ୍ତର d=−2d=-2

⇒\Rightarrow ମନେକର nn ଟି ପଦର ସମଷ୍ଟି 72 ହେବ

⇒Sn=72\Rightarrow S_{n}=72

⇒n2{2a+(n−1)d}=72\Rightarrow \frac{n}{2}\{2a+(n-1)d\}=72

⇒n2{2×17+(n−1)(−2)}=72\Rightarrow \frac{n}{2}\{2\times17+(n-1)(-2)\}=72

⇒n2{34−2n+2}=72\Rightarrow \frac{n}{2}\{34-2n+2\}=72

⇒n2{36−2n}=72\Rightarrow \frac{n}{2}\{36-2n\}=72

⇒n2×2(18−n)=72\Rightarrow \frac{n}{2}\times2(18-n)=72

⇒18n−n2=72\Rightarrow 18n-n^{2}=72

⇒n2−18n+72=0\Rightarrow n^{2}-18n+72=0

⇒n2−12n−6n+72=0\Rightarrow n^{2}-12n-6n+72=0

⇒n(n−12)−6(n−12)=0\Rightarrow n(n-12)-6(n-12)=0

⇒(n−6)(n−12)=0\Rightarrow (n-6)(n-12)=0

⇒n−6=0\Rightarrow n-6=0 କିମ୍ବା n−12=0n-12=0

⇒n=6\Rightarrow n=6 କିମ୍ବା n=12n=12

ଦୁଇଟି ଉତ୍ତର ମିଳିବାର କାରଣ:

⇒t7=a+(7−1)d=17+6(−2)=17−12=5\Rightarrow t_{7} = a+(7-1)d = 17+6(-2) = 17-12=5

⇒t8=a+(8−1)d=17+7(−2)=17−14=3\Rightarrow t_{8} = a+(8-1)d = 17+7(-2) = 17-14=3

⇒t9=a+(9−1)d=17+8(−2)=17−16=1\Rightarrow t_{9} = a+(9-1)d = 17+8(-2) = 17-16=1

⇒t10=a+(10−1)d=17+9(−2)=17−18=−1\Rightarrow t_{10} = a+(10-1)d = 17+9(-2) = 17-18=-1

⇒t11=a+(11−1)d=17+10(−2)=17−20=−3\Rightarrow t_{11} = a+(11-1)d = 17+10(-2) = 17-20=-3

⇒t12=a+(12−1)d=17+11(−2)=17−22=−5\Rightarrow t_{12} = a+(12-1)d = 17+11(-2) = 17-22=-5

⇒t7+t8+t9+t10+t11+t12=(5+3+1)−(1+3+5)=0\Rightarrow t_{7}+t_{8}+t_{9}+t_{10}+t_{11}+t_{12} = (5+3+1)-(1+3+5) = 0

ସପ୍ତମ ପଦରୁ ଦ୍ଵାଦଶ ପଦ ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକର ଯୋଗଫଳ 0 ହୋଇଥିବାରୁ, ପ୍ରଥମ 6 ପଦର ସମଷ୍ଟି ଏବଂ ପ୍ରଥମ 12 ଟି ପଦର ସମଷ୍ଟି ସମାନ। ତେଣୁ ଏଠାରେ ଦୁଇଟି ଉତ୍ତର ମିଳିଲା ।

Question 12(i)

ପ୍ରଶ୍ନ: ଏକ ସମାନ୍ତର ଅନୁକ୍ରମରେ ଅବସ୍ଥିତ ତିନୋଟି ରାଶିର ଯୋଗଫଳ 18 ଏବଂ ଗୁଣଫଳ 192 ହେଲେ, ସଂଖ୍ୟାଗୁଡ଼ିକ ସ୍ଥିର କର ।

ସମାଧାନ:

⇒\Rightarrow ମନେକର ସମାନ୍ତର ଅନୁକ୍ରମରେ ଥିବା ପଦତ୍ରୟ ହେଉଛି a−da-d, aa, ଏବଂ a+da+d

⇒\Rightarrow ପ୍ରଶ୍ନନୁସାରେ ପଦତ୍ରୟର ଯୋଗଫଳ = 18

⇒(a−d)+a+(a+d)=18\Rightarrow (a-d)+a+(a+d)=18

⇒3a=18\Rightarrow 3a=18

⇒a=6\Rightarrow a=6

⇒\Rightarrow ପଦତ୍ରୟର ଗୁଣଫଳ = 192

⇒(a−d)×a×(a+d)=192\Rightarrow (a-d)\times a \times (a+d)=192

⇒a(a2−d2)=192\Rightarrow a(a^{2}-d^{2})=192

⇒6(62−d2)=192\Rightarrow 6(6^{2}-d^{2})=192

⇒36−d2=1926\Rightarrow 36-d^{2}=\frac{192}{6}

⇒36−d2=32\Rightarrow 36-d^{2}=32

⇒d2=36−32=4\Rightarrow d^{2}=36-32=4

⇒d=±2\Rightarrow d=\pm2

⇒\Rightarrow ଯଦି a=6a=6 ଓ d=2d=2 ହୁଏ, ତେବେ ପଦତ୍ରୟ ହେବ: 6−2=46-2=4, 66, ଏବଂ 6+2=86+2=8 (ଅର୍ଥାତ୍ 4, 6, 8)

ଯଦି a=6a=6 ଓ d=−2d=-2 ହୁଏ, ତେବେ ପଦତ୍ରୟ ହେବ: 8, 6, 4

Question 12(ii)

ପ୍ରଶ୍ନ: ଏକ ସମାନ୍ତର ଅନୁକ୍ରମରେ ଅବସ୍ଥିତ ଛଅଟି ପଦ ମଧ୍ଯରୁ ପ୍ରାନ୍ତ ପଦଦ୍ବୟର ଯୋଗଫଳ 16 ଏବଂ ମଧ୍ଯ ପଦଦ୍ଵୟର ଗୁଣଫଳ 63 ହେଲେ, ପଦଗୁଡ଼ିକ ସ୍ଥିର କର ।

ସମାଧାନ:

⇒\Rightarrow ମନେକର ସମାନ୍ତର ଅନୁକ୍ରମରେ ଥିବା ଛଅଟି ପଦ ହେଉଛି a−5da-5d, a−3da-3d, a−da-d, a+da+d, a+3da+3d, a+5da+5d

⇒\Rightarrow ପ୍ରାନ୍ତ ପଦଦ୍ଵୟର ଯୋଗଫଳ = 16

⇒(a−5d)+(a+5d)=16\Rightarrow (a-5d)+(a+5d)=16

⇒2a=16\Rightarrow 2a=16

⇒a=8\Rightarrow a=8

⇒\Rightarrow ମଧ୍ୟ ପଦଦ୍ଵୟର ଗୁଣଫଳ = 63

⇒(a−d)(a+d)=63\Rightarrow (a-d)(a+d)=63

⇒a2−d2=63\Rightarrow a^{2}-d^{2}=63

⇒82−d2=63\Rightarrow 8^{2}-d^{2}=63

⇒64−d2=63\Rightarrow 64-d^{2}=63

⇒d2=64−63=1\Rightarrow d^{2}=64-63=1

⇒d=±1\Rightarrow d=\pm1

⇒\Rightarrow ଯଦି a=8a=8 ଓ d=1d=1 ହୁଏ, ତେବେ ପଦଗୁଡ଼ିକ ହେବ: 3, 5, 7, 9, 11, 13

⇒\Rightarrow ଯଦି a=8a=8 ଓ d=−1d=-1 ହୁଏ, ତେବେ ପଦଗୁଡ଼ିକ ହେବ: 13, 11, 9, 7, 5, 3

Question 13

ପ୍ରଶ୍ନ: ଏକ ସମାନ୍ତର ଅନୁକ୍ରମରେ ଅବସ୍ଥିତ ତିନୋଟି ପଦର ଯୋଗଫଳ 21 ଏବଂ ସେମାନଙ୍କ ବର୍ଗର ଯୋଗଫଳ 155; ପଦଗୁଡ଼ିକ କେତେ ?

ସମାଧାନ:

⇒\Rightarrow ମନେକର ତିନୋଟି ପଦ ହେଉଛି a−da-d, aa, a+da+d

⇒\Rightarrow ପଦତ୍ରୟର ଯୋଗଫଳ = 21

⇒(a−d)+a+(a+d)=21\Rightarrow (a-d)+a+(a+d)=21

⇒3a=21\Rightarrow 3a=21

⇒a=7\Rightarrow a=7

⇒\Rightarrow ପଦମାନଙ୍କର ବର୍ଗର ଯୋଗଫଳ = 155

⇒(a−d)2+a2+(a+d)2=155\Rightarrow (a-d)^{2}+a^{2}+(a+d)^{2}=155

⇒a2+2(a2+d2)=155\Rightarrow a^{2}+2(a^{2}+d^{2})=155

⇒72+2(72+d2)=155\Rightarrow 7^{2}+2(7^{2}+d^{2})=155

⇒49+2(49+d2)=155\Rightarrow 49+2(49+d^{2})=155

⇒2(49+d2)=155−49\Rightarrow 2(49+d^{2})=155-49

⇒2(49+d2)=106\Rightarrow 2(49+d^{2})=106

⇒49+d2=53\Rightarrow 49+d^{2}=53

⇒d2=53−49=4\Rightarrow d^{2}=53-49=4

⇒d=±2\Rightarrow d=\pm2

⇒\Rightarrow ଯଦି a=7a=7 ଓ d=2d=2 ହୁଏ, ପଦତ୍ରୟ ହେବ: 5, 7, 9

⇒\Rightarrow ଯଦି a=7a=7 ଓ d=−2d=-2 ହୁଏ, ପଦତ୍ରୟ ହେବ: 9, 7, 5

Question 14

ପ୍ରଶ୍ନ: ଗୋଟିଏ ସମକୋଣୀ ତ୍ରିଭୁଜର ବାହୁଗୁଡ଼ିକର ଦୈର୍ଘ୍ୟ ଏକ ସମାନ୍ତର ଅନୁକ୍ରମରେ ଥିଲେ ପ୍ରମାଣ କର ଯେ, ସେମାନଙ୍କର ଅନୁପାତ 3:4:5 ହେବ ।

ସମାଧାନ:

⇒\Rightarrow ମନେକର ସମକୋଣୀ ତ୍ରିଭୁଜର ବାହୁତ୍ରୟର ଦୈର୍ଘ୍ୟ a−da-d, aa, a+da+d

⇒\Rightarrow ପିଥାଗୋରାସ୍ ଉପପାଦ୍ୟ ଅନୁଯାୟୀ (ବୃହତ୍ତମ ବାହୁ କର୍ଣ୍ଣ ଅଟେ):

⇒(a−d)2+a2=(a+d)2\Rightarrow (a-d)^{2}+a^{2}=(a+d)^{2}

⇒a2=(a+d)2−(a−d)2\Rightarrow a^{2} = (a+d)^{2}-(a-d)^{2}

⇒a2=4ad\Rightarrow a^{2} = 4ad (ବୀଜଗାଣିତିକ ସୂତ୍ର ଅନୁଯାୟୀ)

⇒a=4d\Rightarrow a=4d

⇒\Rightarrow ବର୍ତ୍ତମାନ ବାହୁଗୁଡ଼ିକର ଦୈର୍ଘ୍ୟ ହେବ:

⇒a−d=4d−d=3d\Rightarrow a-d = 4d-d = 3d

⇒a=4d\Rightarrow a = 4d

⇒a+d=4d+d=5d\Rightarrow a+d = 4d+d = 5d

⇒\Rightarrow ସେମାନଙ୍କର ଅନୁପାତ =3d:4d:5d=3:4:5= 3d : 4d : 5d = 3:4:5 (ପ୍ରମାଣିତ)

Question 15

ପ୍ରଶ୍ନ: 100 ରୁ କ୍ଷୁଦ୍ରତର ଏବଂ 5 ଦ୍ବାରା ବିଭାଜ୍ୟ ସମସ୍ତ ଧନାତ୍ମକ ପୂର୍ଣସଂଖ୍ୟାମାନଙ୍କର ଯୋଗଫଳ ନିର୍ଣ୍ଣୟ କର । ସମାଧାନ:

⇒\Rightarrow 100 ଠାରୁ କ୍ଷୁଦ୍ରତର 5 ଦ୍ଵାରା ବିଭାଜ୍ୟ ସଂଖ୍ୟାଗୁଡ଼ିକ ହେଲା: 5, 10, 15, …, 95

⇒\Rightarrow ମନେକର ଏହି ସଂଖ୍ୟାମାନଙ୍କର ଯୋଗଫଳ SS

⇒S=5+10+15+........+95\Rightarrow S = 5+10+15+........+95

⇒\Rightarrow ଏଠାରେ ପ୍ରଥମ ପଦ a=5a=5

⇒\Rightarrow ସାଧାରଣ ଅନ୍ତର d=5d=5

⇒\Rightarrow ପଦ ସଂଖ୍ୟା n=955=19n=\frac{95}{5}=19

⇒Sn=n2{2a+(n−1)d}\Rightarrow S_{n}=\frac{n}{2}\{2a+(n-1)d\}

⇒S19=192{2×5+(19−1)5}\Rightarrow S_{19}=\frac{19}{2}\{2\times5+(19-1)5\}

⇒S19=192(10+90)\Rightarrow S_{19}=\frac{19}{2}(10+90)

⇒S19=192×100\Rightarrow S_{19}=\frac{19}{2}\times100

⇒S19=19×50\Rightarrow S_{19}=19\times50

⇒S19=950\Rightarrow S_{19}=950

⇒\Rightarrow ନିର୍ଣ୍ଣେୟ ଯୋଗଫଳ = 950

Question 16

ପ୍ରଶ୍ନ: 200 ରୁ କ୍ଷୁଦ୍ରତର ଓ 3 ଦ୍ବାରା ଅବିଭାଜ୍ୟ ସମସ୍ତ ଧନାତ୍ମକ ପୂର୍ବସଂଖ୍ୟାମାନଙ୍କର ଯୋଗଫଳ ନିର୍ଣ୍ଣୟ କର ।

ସମାଧାନ:

⇒\Rightarrow ମନେକର 1 ଠାରୁ 199 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାର ଯୋଗଫଳ S1S_{1}

⇒S1=1+2+3+........+199\Rightarrow S_{1} = 1+2+3+........+199

⇒S1=199×2002=19900\Rightarrow S_{1} = \frac{199\times200}{2} = 19900

⇒\Rightarrow ବର୍ତ୍ତମାନ 200 ଠାରୁ କ୍ଷୁଦ୍ରତର 3 ଦ୍ବାରା ବିଭାଜ୍ୟ ସଂଖ୍ୟାର ଯୋଗଫଳ S2S_{2} ସ୍ଥିର କରିବା

⇒S2=3+6+9+........+198\Rightarrow S_{2} = 3+6+9+........+198

⇒\Rightarrow ଏଠାରେ a=3a=3, d=3d=3, ଏବଂ ପଦ ସଂଖ୍ୟା n=1983=66n=\frac{198}{3}=66

⇒S2=662{2×3+(66−1)3}\Rightarrow S_{2} = \frac{66}{2}\{2\times3+(66-1)3\}

⇒S2=33{6+195}\Rightarrow S_{2} = 33\{6+195\}

⇒S2=33×201=6633\Rightarrow S_{2} = 33\times201 = 6633

⇒\Rightarrow 3 ଦ୍ବାରା ଅବିଭାଜ୍ୟ ସଂଖ୍ୟାର ଯୋଗଫଳ S=S1−S2S = S_{1}-S_{2}

⇒S=19900−6633\Rightarrow S = 19900-6633

⇒S=13267\Rightarrow S = 13267

Question 17

ପ୍ରଶ୍ନ: 15 କୁ ଏପରି 3 ଭାଗରେ ବିଭକ୍ତ କର ଯେପରିକି ସେମାନେ ଏକ ସମାନ୍ତର ଅନୁକ୍ରମରେ ରହିବେ ଓ ସେମାନଙ୍କର ଗୁଣଫଳ 120 ହେବ ।

ସମାଧାନ:

⇒\Rightarrow ମନେକର ସେହି 3 ଟି ଭାଗ ହେଉଛି a−da-d, aa, a+da+d

⇒\Rightarrow ଏମାନଙ୍କର ଯୋଗଫଳ = 15

⇒(a−d)+a+(a+d)=15\Rightarrow (a-d)+a+(a+d)=15

⇒3a=15\Rightarrow 3a=15

⇒a=5\Rightarrow a=5

⇒\Rightarrow ଏମାନଙ୍କର ଗୁଣଫଳ = 120

⇒(a−d)×a×(a+d)=120\Rightarrow (a-d)\times a \times (a+d)=120

⇒a(a2−d2)=120\Rightarrow a(a^{2}-d^{2})=120

⇒5(52−d2)=120\Rightarrow 5(5^{2}-d^{2})=120

⇒25−d2=1205\Rightarrow 25-d^{2}=\frac{120}{5}

⇒25−d2=24\Rightarrow 25-d^{2}=24

⇒d2=25−24=1\Rightarrow d^{2}=25-24=1

⇒d=±1\Rightarrow d=\pm1

⇒\Rightarrow ଯଦି a=5a=5 ଓ d=1d=1 ହୁଏ, ସଂଖ୍ୟାଗୁଡ଼ିକ ହେବ: 4, 5, 6

⇒\Rightarrow ଯଦି a=5a=5 ଓ d=−1d=-1 ହୁଏ, ସଂଖ୍ୟାଗୁଡ଼ିକ ହେବ: 6, 5, 4

Question 18

ପ୍ରଶ୍ନ: A.P. ରେ ଥିବା ତିନୋଟି ପଦର ଯୋଗଫଳ 15 ଏବଂ ପ୍ରାନ୍ତ ପଦଦ୍ବୟର ବର୍ଗର ଯୋଗଫଳ 58 ହେଲେ ପଦତ୍ରୟ ନିର୍ଣ୍ଣୟ କର ।

ସମାଧାନ:

⇒\Rightarrow ମନେକର A.P. ରେ ଥିବା ପଦ ତିନୋଟି a−da-d, aa, a+da+d

⇒\Rightarrow ଯୋଗଫଳ = 15

⇒(a−d)+a+(a+d)=15\Rightarrow (a-d)+a+(a+d)=15

⇒3a=15\Rightarrow 3a=15

⇒a=5\Rightarrow a=5

⇒\Rightarrow ପ୍ରାନ୍ତ ପଦଦ୍ବୟର ବର୍ଗର ଯୋଗଫଳ = 58

⇒(a−d)2+(a+d)2=58\Rightarrow (a-d)^{2}+(a+d)^{2}=58

⇒2(a2+d2)=58\Rightarrow 2(a^{2}+d^{2})=58

⇒a2+d2=582\Rightarrow a^{2}+d^{2}=\frac{58}{2}

⇒52+d2=29\Rightarrow 5^{2}+d^{2}=29

⇒25+d2=29\Rightarrow 25+d^{2}=29

⇒d2=29−25=4\Rightarrow d^{2}=29-25=4

⇒d=±2\Rightarrow d=\pm2

⇒\Rightarrow ଯଦି a=5a=5 ଓ d=2d=2 ହୁଏ, ତେବେ ପଦତ୍ରୟ: 3, 5, 7

⇒\Rightarrow ଯଦି a=5a=5 ଓ d=−2d=-2 ହୁଏ, ତେବେ ପଦତ୍ରୟ: 7, 5, 3

Question 19

ପ୍ରଶ୍ନ: A.P. ରେ ଥିବା ଚାରୋଟି ପଦ ମଧ୍ଯରୁ ପ୍ରାନ୍ତ ପଦ ଦ୍ବୟର ଯୋଗଫଳ 8 ଏବଂ ମଧ୍ୟ ପଦ ଦ୍ବୟର ଗୁଣଫଳ 15 ହେଲେ ପଦଗୁଡ଼ିକ ସ୍ଥିର କର ।

ସମାଧାନ:

⇒\Rightarrow ମନେକର A.P. ରେ ଥିବା ଚାରୋଟି ପଦ a−3da-3d, a−da-d, a+da+d, a+3da+3d

⇒\Rightarrow ପ୍ରାନ୍ତ ପଦ ଦ୍ବୟର ଯୋଗଫଳ = 8

⇒(a−3d)+(a+3d)=8\Rightarrow (a-3d)+(a+3d)=8

⇒2a=8\Rightarrow 2a=8

⇒a=4\Rightarrow a=4

⇒\Rightarrow ମଧ୍ୟ ପଦ ଦ୍ବୟର ଗୁଣଫଳ = 15

⇒(a−d)(a+d)=15\Rightarrow (a-d)(a+d)=15

⇒a2−d2=15\Rightarrow a^{2}-d^{2}=15

⇒42−d2=15\Rightarrow 4^{2}-d^{2}=15

⇒16−d2=15\Rightarrow 16-d^{2}=15

⇒d2=16−15=1\Rightarrow d^{2}=16-15=1

⇒d=±1\Rightarrow d=\pm1

⇒\Rightarrow ଯଦି a=4a=4 ଓ d=1d=1 ହୁଏ, ପଦଗୁଡ଼ିକ ହେବ: 1, 3, 5, 7

⇒\Rightarrow ଯଦି a=4a=4 ଓ d=−1d=-1 ହୁଏ, ପଦଗୁଡ଼ିକ ହେବ: 7, 5, 3, 1

Question 20

ପ୍ରଶ୍ନ: A.P. ରେ ଥିବା ତିନୋଟି ରାଶିମାଳାର n ସଂଖ୍ୟକ ପଦମାନଙ୍କର ସମଷ୍ଟି S1,S2S_{1}, S_{2} ଏବଂ S3S_{3} । ପ୍ରତ୍ୟେକ ରାଶିମାଳାର ପ୍ରଥମ ପଦ 1 ଏବଂ ସାଧାରଣ ଅନ୍ତର ଯଥାକ୍ରମେ 1, 2, 3 ହେଲେ ପ୍ରମାଣ କର ଯେ, S1+S3=2S2S_{1}+S_{3}=2S_{2} ।

ସମାଧାନ:

⇒\Rightarrow ପ୍ରତ୍ୟେକ ରାଶିମାଳାର ପ୍ରଥମ ପଦ a=1a=1

⇒\Rightarrow ପ୍ରଥମ ରାଶିମାଳାର ସାଧାରଣ ଅନ୍ତର d=1d=1

⇒S1=n2{2(1)+(n−1)1}=n(n+1)2\Rightarrow S_{1}=\frac{n}{2}\{2(1)+(n-1)1\}=\frac{n(n+1)}{2}

⇒\Rightarrow ଦ୍ବିତୀୟ ରାଶିମାଳାର ସାଧାରଣ ଅନ୍ତର d=2d=2

⇒S2=n2{2(1)+(n−1)2}=n2\Rightarrow S_{2}=\frac{n}{2}\{2(1)+(n-1)2\}=n^{2}

⇒\Rightarrow ତୃତୀୟ ରାଶିମାଳାର ସାଧାରଣ ଅନ୍ତର d=3d=3

⇒S3=n2{2(1)+(n−1)3}=n(3n−1)2\Rightarrow S_{3}=\frac{n}{2}\{2(1)+(n-1)3\}=\frac{n(3n-1)}{2}

⇒\Rightarrow ବାମ ପାର୍ଶ୍ଵ (L.H.S) =S1+S3= S_{1}+S_{3}

⇒L.H.S=n(n+1)2+n(3n−1)2\Rightarrow L.H.S = \frac{n(n+1)}{2} + \frac{n(3n-1)}{2}

⇒L.H.S=n2{n+1+3n−1}\Rightarrow L.H.S = \frac{n}{2}\{n+1+3n-1\}

⇒L.H.S=n2(4n)\Rightarrow L.H.S = \frac{n}{2}(4n)

⇒L.H.S=2n2\Rightarrow L.H.S = 2n^{2}

⇒\Rightarrow ଦକ୍ଷିଣ ପାର୍ଶ୍ଵ (R.H.S) =2S2=2(n2)=2n2= 2S_{2} = 2(n^{2}) = 2n^{2}

⇒L.H.S=R.H.S\Rightarrow L.H.S = R.H.S (ପ୍ରମାଣିତ)

Question 21

ପ୍ରଶ୍ନ: ଏକ A.P. ର p-ତମ, q-ତମ ଏବଂ r-ତମ ପଦଗୁଡ଼ିକର ମାନ ଯଥାକ୍ରମେ a, b, c ହେଲେ ପ୍ରମାଣ କର ଯେ a(q−r)+b(r−p)+c(p−q)=0a(q-r)+b(r-p)+c(p-q)=0 ।

ସମାଧାନ:

⇒\Rightarrow ମନେକର A.P. ର ପ୍ରଥମ ପଦ =x= x, ଏବଂ ସାଧାରଣ ଅନ୍ତର =d= d

⇒tp=x+(p−1)d=a\Rightarrow t_{p} = x+(p-1)d = a … (i)

⇒tq=x+(q−1)d=b\Rightarrow t_{q} = x+(q-1)d = b … (ii)

⇒tr=x+(r−1)d=c\Rightarrow t_{r} = x+(r-1)d = c … (iii)

⇒\Rightarrow ସମୀକରଣ (i) ରୁ (ii) କୁ ବିୟୋଗ କଲେ:

⇒x+(p−1)d−{x+(q−1)d}=a−b\Rightarrow x+(p-1)d - \{x+(q-1)d\} = a-b

⇒d(p−1−q+1)=a−b\Rightarrow d(p-1-q+1) = a-b

⇒d(p−q)=a−b\Rightarrow d(p-q) = a-b

⇒d=a−bp−q\Rightarrow d = \frac{a-b}{p-q} … (iv)

⇒\Rightarrow ସେହିପରି ସମୀକରଣ (ii) ରୁ (iii) କୁ ବିୟୋଗ କଲେ:

⇒d=b−cq−r\Rightarrow d = \frac{b-c}{q-r} … (v)

⇒\Rightarrow ସମୀକରଣ (iv) ଓ (v) ରୁ ପାଇବା:

⇒a−bp−q=b−cq−r\Rightarrow \frac{a-b}{p-q} = \frac{b-c}{q-r}

⇒(a−b)(q−r)=(b−c)(p−q)\Rightarrow (a-b)(q-r) = (b-c)(p-q)

⇒a(q−r)−b(q−r)=b(p−q)−c(p−q)\Rightarrow a(q-r)-b(q-r) = b(p-q)-c(p-q)

⇒a(q−r)−b(q−r)−b(p−q)+c(p−q)=0\Rightarrow a(q-r)-b(q-r)-b(p-q)+c(p-q) = 0

⇒a(q−r)−b(q−r+p−q)+c(p−q)=0\Rightarrow a(q-r)-b(q-r+p-q)+c(p-q) = 0

⇒a(q−r)−b(p−r)+c(p−q)=0\Rightarrow a(q-r)-b(p-r)+c(p-q) = 0

⇒a(q−r)+b(r−p)+c(p−q)=0\Rightarrow a(q-r)+b(r-p)+c(p-q) = 0 (ପ୍ରମାଣିତ)

Question 22

ପ୍ରଶ୍ନ: ତିନୋଟି ସଂଖ୍ୟା a, b, c ସମାନ୍ତର ପ୍ରଗତିରେ ରହିଲେ ପ୍ରମାଣ କର ଯେ ନିମ୍ନରେ ପ୍ରଦତ୍ତ ସଂଖ୍ୟା ତ୍ରୟ ମଧ୍ଯ ସମାନ୍ତର ପ୍ରଗତିରେ ରହିବେ । (i) 1bc,1ca,1ab\frac{1}{bc}, \frac{1}{ca}, \frac{1}{ab} ସମାଧାନ:

⇒\Rightarrow ପ୍ରଦତ୍ତ ଅଛି a,b,ca, b, c ସମାନ୍ତର ପ୍ରଗତିରେ ଅବସ୍ଥିତ

⇒\Rightarrow A.P. ର ପ୍ରତ୍ୟେକ ପଦକୁ ଏକ ସମାନ ସଂଖ୍ୟା abcabc ଦ୍ଵାରା ଭାଗକଲେ ନୂତନ ପଦ ମଧ୍ୟ A.P. ରେ ରହିବ

⇒aabc,babc,cabc\Rightarrow \frac{a}{abc}, \frac{b}{abc}, \frac{c}{abc} ମଧ୍ୟ A.P. ରେ ରହିବେ

⇒1bc,1ca,1ab\Rightarrow \frac{1}{bc}, \frac{1}{ca}, \frac{1}{ab} ସମାନ୍ତର ପ୍ରଗତିରେ ରହିବେ (ପ୍ରମାଣିତ)

(ii) b+c,c+a,a+bb+c, c+a, a+b ସମାଧାନ:

⇒\Rightarrow a,b,ca, b, c ସମାନ୍ତର ପ୍ରଗତିରେ ଅବସ୍ଥିତ

⇒\Rightarrow ପ୍ରତ୍ୟେକ ପଦରୁ (a+b+c)(a+b+c) ବିୟୋଗ କଲେ: a−(a+b+c),b−(a+b+c),c−(a+b+c)a-(a+b+c), b-(a+b+c), c-(a+b+c) A.P. ରେ ରହିବେ

⇒−(b+c),−(c+a),−(a+b)\Rightarrow -(b+c), -(c+a), -(a+b) A.P. ରେ ରହିବେ

⇒\Rightarrow ପ୍ରତ୍ୟେକ ପଦକୁ -1 ଦ୍ବାରା ଗୁଣିଲେ: b+c,c+a,a+bb+c, c+a, a+b ସମାନ୍ତର ପ୍ରଗତିରେ ରହିବେ (ପ୍ରମାଣିତ)

(iii) b+c−a,c+a−b,a+b−cb+c-a, c+a-b, a+b-c ସମାଧାନ:

⇒\Rightarrow a,b,ca, b, c A.P. ରେ ଅବସ୍ଥିତ

⇒\Rightarrow ପ୍ରତ୍ୟେକ ପଦରେ 2 ଗୁଣନ କଲେ: 2a,2b,2c2a, 2b, 2c ମଧୁ A.P. ରେ ରହିବେ

⇒\Rightarrow ପ୍ରତ୍ୟେକରୁ (a+b+c)(a+b+c) ବିୟୋଗ କଲେ: 2a−(a+b+c),2b−(a+b+c),2c−(a+b+c)2a-(a+b+c), 2b-(a+b+c), 2c-(a+b+c) A.P ରେ ରହିବ

⇒a−b−c,b−c−a,c−a−b\Rightarrow a-b-c, b-c-a, c-a-b A.P ରେ ରହିବ

⇒\Rightarrow ପ୍ରତ୍ୟେକ ପଦରେ -1 ଗୁଣିଲେ: b+c−a,c+a−b,a+b−cb+c-a, c+a-b, a+b-c A.P. ରେ ରହିବେ (ପ୍ରମାଣିତ)

(iv) 1a(1b+1c),1b(1c+1a),1c(1a+1b)\frac{1}{a}(\frac{1}{b}+\frac{1}{c}), \frac{1}{b}(\frac{1}{c}+\frac{1}{a}), \frac{1}{c}(\frac{1}{a}+\frac{1}{b}) ସମାଧାନ:

⇒\Rightarrow a,b,ca, b, c A.P. ରେ ଅବସ୍ଥିତ

⇒\Rightarrow ପୂର୍ବ ପ୍ରମାଣ ଅନୁଯାୟୀ b+c,c+a,a+bb+c, c+a, a+b ମଧ୍ୟ A.P. ରେ ଅବସ୍ଥିତ

⇒\Rightarrow ପ୍ରତ୍ୟେକ ପଦକୁ abcabc ଦ୍ବାରା ଭାଗକଲେ ଲବ୍ଧ ଅନୁକ୍ରମ A.P. ରେ ରହିବ

⇒b+cabc,c+aabc,a+babc\Rightarrow \frac{b+c}{abc}, \frac{c+a}{abc}, \frac{a+b}{abc} A.P. ରେ ରହିବେ

⇒1a(b+cbc),1b(c+aac),1c(a+bab)\Rightarrow \frac{1}{a}(\frac{b+c}{bc}), \frac{1}{b}(\frac{c+a}{ac}), \frac{1}{c}(\frac{a+b}{ab}) A.P. ରେ ରହିବେ

⇒1a(1b+1c),1b(1c+1a),1c(1a+1b)\Rightarrow \frac{1}{a}(\frac{1}{b}+\frac{1}{c}), \frac{1}{b}(\frac{1}{c}+\frac{1}{a}), \frac{1}{c}(\frac{1}{a}+\frac{1}{b}) A.P. ରେ ରହିବେ (ପ୍ରମାଣିତ)

(v) a2(b+c),b2(c+a),c2(a+b)a^{2}(b+c), b^{2}(c+a), c^{2}(a+b) ସମାଧାନ:

⇒\Rightarrow a,b,ca, b, c A.P. ରେ ଅବସ୍ଥିତ

⇒\Rightarrow ପ୍ରତ୍ୟେକ ପଦରେ (ab+bc+ca)(ab+bc+ca) ଗୁଣନ କଲେ ଗୁଣଫଳ A.P. ରେ ରହିବ

⇒a(ab+bc+ca),b(ab+bc+ca),c(ab+bc+ca)\Rightarrow a(ab+bc+ca), b(ab+bc+ca), c(ab+bc+ca) A.P. ରେ ରହିବେ

⇒a2b+abc+ca2,ab2+b2c+abc,abc+bc2+c2a\Rightarrow a^{2}b+abc+ca^{2}, ab^{2}+b^{2}c+abc, abc+bc^{2}+c^{2}a A.P. ରେ ରହିବେ

⇒\Rightarrow ପ୍ରତ୍ୟେକ ପଦରୁ abcabc ବିୟୋଗ କଲେ ଲବ୍ଧ ଅନୁକ୍ରମ A.P. ରେ ରହିବ

⇒a2b+ca2,ab2+b2c,bc2+c2a\Rightarrow a^{2}b+ca^{2}, ab^{2}+b^{2}c, bc^{2}+c^{2}a A.P. ରେ ରହିବେ

⇒a2(b+c),b2(c+a),c2(a+b)\Rightarrow a^{2}(b+c), b^{2}(c+a), c^{2}(a+b) A.P. ରେ ରହିବେ (ପ୍ରମାଣିତ)

Question 23

(i) 1a,1b,1c\frac{1}{a}, \frac{1}{b}, \frac{1}{c} A.P. ରେ ରହିଲେ ଏବଂ a+b+c≠0a+b+c \neq 0 ହେଲେ, ପ୍ରମାଣ କର ଯେ b+ca,c+ab,a+bc\frac{b+c}{a}, \frac{c+a}{b}, \frac{a+b}{c} ମଧ୍ଯ A.P. ରେ ରହିବେ । ସମାଧାନ:

⇒\Rightarrow ଦତ୍ତ ଅଛି 1a,1b,1c\frac{1}{a}, \frac{1}{b}, \frac{1}{c} A.P. ରେ ଅବସ୍ଥିତ

⇒\Rightarrow ପ୍ରତ୍ୟେକ ପଦରେ (a+b+c)(a+b+c) ଗୁଣନ କଲେ ନୂତନ ପଦ A.P. ରେ ରହିବ

⇒a+b+ca,a+b+cb,a+b+cc\Rightarrow \frac{a+b+c}{a}, \frac{a+b+c}{b}, \frac{a+b+c}{c} A.P. ରେ ରହିବେ

⇒aa+b+ca,bb+c+ab,cc+a+bc\Rightarrow \frac{a}{a}+\frac{b+c}{a}, \frac{b}{b}+\frac{c+a}{b}, \frac{c}{c}+\frac{a+b}{c} A.P. ରେ ରହିବେ

⇒1+b+ca,1+c+ab,1+a+bc\Rightarrow 1+\frac{b+c}{a}, 1+\frac{c+a}{b}, 1+\frac{a+b}{c} A.P. ରେ ରହିବେ

⇒\Rightarrow ପ୍ରତ୍ୟେକ ପଦରୁ 1 ବିୟୋଗ କଲେ: b+ca,c+ab,a+bc\frac{b+c}{a}, \frac{c+a}{b}, \frac{a+b}{c} ମଧ୍ୟ A.P. ରେ ରହିବେ (ପ୍ରମାଣିତ)

Question 24

ପ୍ରଶ୍ନ: ଯଦି କୌଣସି A.P. ର ପ୍ରଥମ ପଦ a ଏବଂ ଶେଷ ପଦ l ହୁଏ ପ୍ରମାଣ କର ଯେ, ଅନୁକ୍ରମର ପ୍ରଥମରୁ r-ତମ ପଦ ଏବଂ ଶେଷରୁ r-ତମ ପଦର ସମଷ୍ଟି, ପ୍ରଥମ ଓ ଶେଷ ପଦର ସମଷ୍ଟି ସହିତ ସମାନ ।

ସମାଧାନ:

⇒\Rightarrow A.P. ର ପ୍ରଥମପଦ =a= a, ଏବଂ ଶେଷ ପଦ =l= l

⇒\Rightarrow ମନେକର ସାଧାରଣ ଅନ୍ତର =d= d

⇒\Rightarrow ପ୍ରଥମରୁ rr-ତମ ପଦ =a+(r−1)d= a+(r-1)d

⇒\Rightarrow ଶେଷରୁ rr-ତମ ପଦ ନିର୍ଣ୍ଣୟ ପାଇଁ ଶେଷ ପଦକୁ ପ୍ରଥମ ପଦ ନେଲେ ସାଧାରଣ ଅନ୍ତର −d-d ହେବ

⇒\Rightarrow ତେଣୁ ଶେଷରୁ rr-ତମ ପଦ =l+(r−1)(−d)=l−(r−1)d= l+(r-1)(-d) = l-(r-1)d

⇒\Rightarrow ପ୍ରଥମରୁ rr-ତମ ପଦ ଓ ଶେଷରୁ rr-ତମ ପଦର ସମଷ୍ଟି ={a+(r−1)d}+{l−(r−1)d}= \{a+(r-1)d\} + \{l-(r-1)d\}

⇒\Rightarrow ସମଷ୍ଟି =a+(r−1)d+l−(r−1)d= a+(r-1)d+l-(r-1)d

⇒\Rightarrow ସମଷ୍ଟି =a+l= a+l

⇒\Rightarrow ଏହା ପ୍ରଥମ ଓ ଶେଷ ପଦର ସମଷ୍ଟି ସହ ସମାନ ଅଟେ (ପ୍ରମାଣିତ)

Question 25

ପ୍ରଶ୍ନ: ଗୋଟିଏ ସମାନ୍ତର ପ୍ରଗତିର ପ୍ରଥମ p ସଂଖ୍ୟକ ପଦର ସମଷ୍ଟି r, ପ୍ରଥମ q ସଂଖ୍ୟକ ପଦର ସମଷ୍ଟି s ଏବଂ ସାଧାରଣ ଅନ୍ତର d ହେଲେ ପ୍ରମାଣ କର ଯେ, rp−sq=(p−q)d2\frac{r}{p}-\frac{s}{q} = (p-q)\frac{d}{2} ହେବ ।

ସମାଧାନ:

⇒\Rightarrow ମନେକର ସମାନ୍ତର ପ୍ରଗତିର ପ୍ରଥମ ପଦ =a= a

⇒\Rightarrow ପ୍ରଥମ pp-ସଂଖ୍ୟକ ପଦର ସମଷ୍ଟି Sp=rS_{p} = r

⇒p2{2a+(p−1)d}=r\Rightarrow \frac{p}{2}\{2a+(p-1)d\} = r

⇒2a+(p−1)d=2rp\Rightarrow 2a+(p-1)d = \frac{2r}{p} … (i)

⇒\Rightarrow ପ୍ରଥମ qq-ସଂଖ୍ୟକ ପଦର ସମଷ୍ଟି Sq=sS_{q} = s

⇒q2{2a+(q−1)d}=s\Rightarrow \frac{q}{2}\{2a+(q-1)d\} = s

⇒2a+(q−1)d=2sq\Rightarrow 2a+(q-1)d = \frac{2s}{q} … (ii)

⇒\Rightarrow ସମୀକରଣ (i) ରୁ (ii) କୁ ବିୟୋଗ କଲେ:

⇒{2a+(p−1)d}−{2a+(q−1)d}=2rp−2sq\Rightarrow \{2a+(p-1)d\} - \{2a+(q-1)d\} = \frac{2r}{p}-\frac{2s}{q}

⇒d(p−1−q+1)=2(rp−sq)\Rightarrow d(p-1-q+1) = 2(\frac{r}{p}-\frac{s}{q})

⇒d(p−q)=2(rp−sq)\Rightarrow d(p-q) = 2(\frac{r}{p}-\frac{s}{q})

⇒rp−sq=d2(p−q)\Rightarrow \frac{r}{p}-\frac{s}{q} = \frac{d}{2}(p-q) (ପ୍ରମାଣିତ)

Question 26

ପ୍ରଶ୍ନ: ଗୋଟିଏ ସମାନ୍ତର ଶ୍ରେଣୀର ପ୍ରଥମ p, q, r ସଂଖ୍ୟକ ପଦର ସମଷ୍ଟି a, b, c ହେଲେ ପ୍ରମାଣ କର ଯେ, ap(q−r)+bq(r−p)+cr(p−q)=0\frac{a}{p}(q-r)+\frac{b}{q}(r-p)+\frac{c}{r}(p-q)=0 ।

ସମାଧାନ:

⇒\Rightarrow ମନେକର ସମାନ୍ତର ଶ୍ରେଣୀର ପ୍ରଥମ ପଦ =x= x ଓ ସାଧାରଣ ଅନ୍ତର =d= d

⇒Sp=a⇒p2{2x+(p−1)d}=a⇒2x+(p−1)d=2ap\Rightarrow S_{p} = a \Rightarrow \frac{p}{2}\{2x+(p-1)d\} = a \Rightarrow 2x+(p-1)d = \frac{2a}{p} … (i)

⇒Sq=b⇒q2{2x+(q−1)d}=b⇒2x+(q−1)d=2bq\Rightarrow S_{q} = b \Rightarrow \frac{q}{2}\{2x+(q-1)d\} = b \Rightarrow 2x+(q-1)d = \frac{2b}{q} … (ii)

⇒Sr=c⇒r2{2x+(r−1)d}=c⇒2x+(r−1)d=2cr\Rightarrow S_{r} = c \Rightarrow \frac{r}{2}\{2x+(r-1)d\} = c \Rightarrow 2x+(r-1)d = \frac{2c}{r} … (iii)

⇒\Rightarrow ସମୀକରଣ (i) ରୁ (ii) ବିୟୋଗ କଲେ:

⇒d(p−q)=2ap−2bq\Rightarrow d(p-q) = \frac{2a}{p}-\frac{2b}{q}

⇒d=2(ap−bq)p−q\Rightarrow d = \frac{2(\frac{a}{p}-\frac{b}{q})}{p-q} … (iv)

⇒\Rightarrow ସେହିପରି ସମୀକରଣ (ii) ରୁ (iii) ବିୟୋଗ କଲେ:

⇒d=2(bq−cr)q−r\Rightarrow d = \frac{2(\frac{b}{q}-\frac{c}{r})}{q-r} … (v)

⇒\Rightarrow ସମୀକରଣ (iv) ଓ (v) ରୁ:

⇒2(ap−bq)p−q=2(bq−cr)q−r\Rightarrow \frac{2(\frac{a}{p}-\frac{b}{q})}{p-q} = \frac{2(\frac{b}{q}-\frac{c}{r})}{q-r}

⇒ap−bqp−q=bq−crq−r\Rightarrow \frac{\frac{a}{p}-\frac{b}{q}}{p-q} = \frac{\frac{b}{q}-\frac{c}{r}}{q-r}

⇒(ap−bq)(q−r)=(bq−cr)(p−q)\Rightarrow (\frac{a}{p}-\frac{b}{q})(q-r) = (\frac{b}{q}-\frac{c}{r})(p-q)

⇒ap(q−r)−bq(q−r)=bq(p−q)−cr(p−q)\Rightarrow \frac{a}{p}(q-r)-\frac{b}{q}(q-r) = \frac{b}{q}(p-q)-\frac{c}{r}(p-q)

⇒ap(q−r)−bq(q−r)−bq(p−q)+cr(p−q)=0\Rightarrow \frac{a}{p}(q-r)-\frac{b}{q}(q-r)-\frac{b}{q}(p-q)+\frac{c}{r}(p-q) = 0

⇒ap(q−r)−bq(q−r+p−q)+cr(p−q)=0\Rightarrow \frac{a}{p}(q-r)-\frac{b}{q}(q-r+p-q)+\frac{c}{r}(p-q) = 0

⇒ap(q−r)−bq(p−r)+cr(p−q)=0\Rightarrow \frac{a}{p}(q-r)-\frac{b}{q}(p-r)+\frac{c}{r}(p-q) = 0

⇒ap(q−r)+bq(r−p)+cr(p−q)=0\Rightarrow \frac{a}{p}(q-r)+\frac{b}{q}(r-p)+\frac{c}{r}(p-q) = 0 (ପ୍ରମାଣିତ)

Question 27

ପ୍ରଶ୍ନ: କୌଣସି A.P. ର tp=qt_{p}=q, tq=pt_{q}=p ହେଲେ ପ୍ରମାଣ କର ଯେ tm=p+q−mt_{m}=p+q-m ।

ସମାଧାନ:

⇒\Rightarrow ମନେକର A.P. ର ପ୍ରଥମ ପଦ =a= a ଓ ସାଧାରଣ ଅନ୍ତର =d= d

⇒tp=q⇒a+(p−1)d=q\Rightarrow t_{p} = q \Rightarrow a+(p-1)d = q … (i)

⇒tq=p⇒a+(q−1)d=p\Rightarrow t_{q} = p \Rightarrow a+(q-1)d = p … (ii)

⇒\Rightarrow ସମୀକରଣ (i) ରୁ (ii) ବିୟୋଗ କଲେ:

⇒{a+(p−1)d}−{a+(q−1)d}=q−p\Rightarrow \{a+(p-1)d\} - \{a+(q-1)d\} = q-p

⇒d(p−1−q+1)=q−p\Rightarrow d(p-1-q+1) = q-p

⇒d(p−q)=−(p−q)\Rightarrow d(p-q) = -(p-q)

⇒d=−1\Rightarrow d = -1

⇒\Rightarrow dd ର ମାନ (i) ରେ ବସାଇଲେ:

⇒a+(p−1)(−1)=q\Rightarrow a+(p-1)(-1) = q

⇒a−p+1=q\Rightarrow a-p+1 = q

⇒a=p+q−1\Rightarrow a = p+q-1

⇒\Rightarrow ବର୍ତ୍ତମାନ mm-ତମ ପଦ ନିର୍ଣ୍ଣୟ କରିବା:

⇒tm=a+(m−1)d\Rightarrow t_{m} = a+(m-1)d

⇒tm=(p+q−1)+(m−1)(−1)\Rightarrow t_{m} = (p+q-1)+(m-1)(-1)

⇒tm=p+q−1−m+1\Rightarrow t_{m} = p+q-1-m+1

⇒tm=p+q−m\Rightarrow t_{m} = p+q-m (ପ୍ରମାଣିତ)

Question 28

ପ୍ରଶ୍ନ: କୌଣସି A.P. ର Sm=nS_{m}=n, Sn=mS_{n}=m ହେଲେ, ପ୍ରମାଣ କର ଯେ Sm+n=−(m+n)S_{m+n}=-(m+n) ହେବ ।

ସମାଧାନ:

⇒\Rightarrow ମନେକର A.P. ର ପ୍ରଥମ ପଦ =a= a, ସାଧାରଣ ଅନ୍ତର =d= d

⇒Sm=n\Rightarrow S_{m} = n

⇒m2{2a+(m−1)d}=n\Rightarrow \frac{m}{2}\{2a+(m-1)d\} = n

⇒am+(m2−m)d2=n\Rightarrow am+(m^{2}-m)\frac{d}{2} = n … (i)

⇒Sn=m\Rightarrow S_{n} = m

⇒n2{2a+(n−1)d}=m\Rightarrow \frac{n}{2}\{2a+(n-1)d\} = m

⇒an+(n2−n)d2=m\Rightarrow an+(n^{2}-n)\frac{d}{2} = m … (ii)

⇒\Rightarrow ସମୀକରଣ (i) ରୁ (ii) କୁ ବିୟୋଗ କଲେ:

⇒a(m−n)+d2(m2−m−n2+n)=n−m\Rightarrow a(m-n)+\frac{d}{2}(m^{2}-m-n^{2}+n) = n-m

⇒a(m−n)+d2{(m2−n2)−(m−n)}=−(m−n)\Rightarrow a(m-n)+\frac{d}{2}\{(m^{2}-n^{2})-(m-n)\} = -(m-n)

⇒a(m−n)+d2{(m+n)(m−n)−(m−n)}=−(m−n)\Rightarrow a(m-n)+\frac{d}{2}\{(m+n)(m-n)-(m-n)\} = -(m-n)

⇒a(m−n)+d2(m−n)(m+n−1)=−(m−n)\Rightarrow a(m-n)+\frac{d}{2}(m-n)(m+n-1) = -(m-n)

⇒\Rightarrow ଉଭୟ ପାର୍ଶ୍ୱରୁ (m−n)(m-n) ଦ୍ଵାରା ଭାଗ କଲେ:

⇒a+d2(m+n−1)=−1\Rightarrow a+\frac{d}{2}(m+n-1) = -1

⇒2a+(m+n−1)d2=−1\Rightarrow \frac{2a+(m+n-1)d}{2} = -1

⇒2a+(m+n−1)d=−2\Rightarrow 2a+(m+n-1)d = -2 … (iii)

⇒\Rightarrow ବର୍ତ୍ତମାନ m+nm+n ପଦର ସମଷ୍ଟି ସ୍ଥିର କରିବା:

⇒Sm+n=m+n2{2a+(m+n−1)d}\Rightarrow S_{m+n} = \frac{m+n}{2}\{2a+(m+n-1)d\}

⇒\Rightarrow ସମୀକରଣ (iii) ର ମୂଲ୍ୟ ପ୍ରୟୋଗ କଲେ:

⇒Sm+n=m+n2(−2)\Rightarrow S_{m+n} = \frac{m+n}{2}(-2)

⇒Sm+n=−(m+n)\Rightarrow S_{m+n} = -(m+n) (ପ୍ରମାଣିତ)